У нас вы можете посмотреть бесплатно ଅଦିନିଆ ବର୍ଷାରେ ଭିଜିଲା ଧାନ,ବିଭାଗ ପକ୍ଷରୁ ବର୍ଷା ରୁ ବଞ୍ଚାଇବାକୁ ନଥିଲା ପ୍ରଜ୍ୟାପ୍ତ ଜରିପାଲ ଚଷୀ ମୁଣ୍ଡରେ ଚଡକ। или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଅଦିନିଆ ବର୍ଷାରେ ଭିଜିଲା ଧାନ,ବିଭାଗ ପକ୍ଷରୁ ବର୍ଷା ରୁ ବଞ୍ଚାଇବାକୁ ନଥିଲା ପ୍ରଜ୍ୟାପ୍ତ ଜରି ପାଲ। ପ୍ରଶାସନ ପକ୍ଷରୁ ବର୍ଷାକୁ ନେଇ ନଥିଲା ଆଗୁଆ ସୂଚନା । ସୋମବାର ଅପରାହ୍ନରେ ମାଲକାନଗିରିର ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦରରେ ଅଦିନିଆ ବର୍ଷା ହୋଇଥିଲା । ବର୍ଷା କାରଣରୁ ବିକ୍ରି ନହୋଇ ମଣ୍ଡି ରେ ଜମା ହୋଇଥିବା ପ୍ରାୟ ୭ହଜାର କୁଇଣ୍ଟାଲରୁ ଅଧିକ ଧାନ ପଡି ରହିଥିବା ବେଳେ ବହୁ ଚାଷୀଙ୍କ ଧାନ ଭିଜିଯାଇଥିବା ଦେଖିବାକୁ ମିଳିଥିଲା । ପ୍ରଶାସନ ତରଫରୁ ପ୍ରଜ୍ୟାପ୍ତ ପରିମାଣର ଜରି ପାଲ ନଥିବା କାରଣରୁ କିଛି ଚାଷୀ ନିଜର କିଛି ଜରି ପାଲ ଆଣି ନିଜ ଧାନକୁ ଘୋଡାଇ ବାକୁ ଚେଷ୍ଟା କରିଥିବା ବେଳେ ପ୍ରାୟ ବହୁ ଧାନ ପାଣିରେ ଭିଜୁଥିଲା । ଏହାକୁ ନେଇ ଆମେ ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରାଙ୍କୁ ଯୋଗା ଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗା ଯୋଗ ହୋଇନପାରିବାରୁ ଅଧିକାରୀଙ୍କର କୌଣସି ପ୍ରତିକ୍ରିୟା ମିଳି ପାରି ନଥିଲା । ଏଣୁ ଆମେ କୋରୁକୋଣ୍ଡା ଲ୍ୟାମ୍ପ ଅଧିକାରୀ ଅଭିମନ୍ୟୁ ହଲବାଙ୍କୁ ଦ୍ରୁଷ୍ଟି ଆକର୍ଷଣ କରିବାରୁ ସେକହିଥିଲେକି କୋରୁକୋଣ୍ଡା ମଣ୍ଡି ଅଧୀନରେ ପ୍ରାୟ ୭ହଜାର କୁଇଣ୍ଟାଲରୁ ଅଧିକ ଧାନ ଗଛିତ ରହିଥିବା ବେଳ ସେଥି ମଧ୍ୟରୁ ପ୍ରାୟ ୩ହଜାର କୁଇଣ୍ଟାଲରୁ ଅଧିକ ଧାନ ଆଇ ସ୍କାନ କରିବା ସହିତ ବିଭାଗ ପକ୍ଷରୁ କ୍ରୟ ସରିଛି କିନ୍ତୁ ବର୍ତ୍ତମାନ ସୁଧା ମିଲର ମାନେ ଆସିନଥିବା କାରଣରୁ ଚାଷୀଙ୍କ ଧାନ ମଣ୍ଡିରୁ ଉଠା ଯାଇ ପାରି ନାହିଁ ବୋଲି ଶ୍ରୀ ହଲବା କହିଥିଲେ । ଏବଂ ଆକସ୍ମିକ ଭାବେ ବର୍ଷା ହୋଇଥିବା କାରଣରୁ ସମସ୍ତ ଧାନକୁ ଆୟତ କରିବାରେ ଅସୁବିଧା ହୋଇଥିଲା ବର୍ତ୍ତମାନ ଜରି ଆଣିବା ନିମନ୍ତେ ଜିଲ୍ଲାକୁ ଗାଡି ପଠାଯାଇଛି ଆସିଲେ ଚାଷୀଙ୍କୁ ଯୋଗାଇ ଦିଆଯିବ । ଏହି ଅଦିନିଆ ବର୍ଷାରେ ବିଭାଗ ପକ୍ଷରୁ କୌଣସି ଅଧିକାରୀଙ୍କ ଦେଖା ନଥିବା ବେଳେ ସ୍ଥାନୀୟ ଚାଷୀ ପାଣ୍ଡୁ କବାସୀ,ଲକ୍ଷ୍ମଣ ମାଢି,ଦୁର୍ଜ୍ୟାଧନ ମାଡକାମୀ,ଟାଇମ୍ପାସ ମଡକାମୀ,ରାଜୁ ମାଢି,ସମୀର ଦେବନାଥ,ପାଣ୍ଡା ଗଉଡ,ପଦଲାମ ଗୋଲାରି,ଡାୟାଲ ବନିକ,ରାକେଶ ମାଝୀ,ପୀତାମ୍ବର ନାରାୟଣ,ଜଗନ୍ନାଥ ହିଆଲଙ୍କ ସମେତ ଅନେକ ଚାଷୀ ନିଜ ନିଜର ଧାନକୁ ବର୍ଷା ଦାଉରୁ ରକ୍ଷା କରିବା ନିମନ୍ତେ ଧାନ ବସ୍ତା ତଳୁ ପାଣି ବାହାର କରିବାରେ ଲାଗିଥିବା ବେଳେ କିଛି ଚାଷୀ ଜମି ରହିଥିବା ପାଣି କୁ ବାହାର କରୁଥିଲେ ।