У нас вы можете посмотреть бесплатно Kata Dhari Dhire Nauri || Kalijaira Sandhya || କାତ ଧରି ଧିରେ ନାଉରୀ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Kata Dhari Dhire Nauri || Kalijaira Sandhya || କାତ ଧରି ଧିରେ ନାଉରୀ @bhikaribalofficial 🔸Song Details 🔹 Song Name - Kata Dhari Dhire Nauri 🔹 Singer - Mohini 🔹 Music Arrenger - Traditional 🔹 Lyrics - Pandita Godabarisa Mishra ( Traditional) 🔹 Music Label - Bhikari Bal Official 🔹 Recording & Mixing - Rajendra Guru 🔹 Channel Manager - Kalachand Beuria 🔹 Gener - Odia 🔹 Producer - Kalachand Beuria 🔸 Lyrics ( Odia) କାତ ଧରି ଧୀରେ ନାଉରି ନାଆ ଦେଇଛି ମେଲି, ଉତ୍ତରା ପବନ ଆଗକୁ ଦିଏ ତଲେଇ ଠେଲି || ନାଚି ନାଚି ଖେଳେ ତରଣୀ ନାଚେ ଶତ ତରଙ୍ଗ, ଉଡି ଆସି ଜଳେ ଭାସନ୍ତି କାହିଁ କେତେ ବିହଙ୍ଗ ।|| ହଂସ ହଂସରାଳୀ ଖେଳନ୍ତି ଢେଉ ଦୋଳିରେ ଖେଳ, ଆସିଲାଣି ଖରା ମଉଳି ଛାଇ ଲେଉଟା ବେଳ ।|| ମାଛରଙ୍କା ପକ୍ଷୀ ଉଡଇ ଡେଣା ଝାଡ଼ି ଆକାଶେ, ଲକ୍ଷ୍ୟ ରଖି ଜଳେ ବୁଡଇ ମୀନ ଧରିବା ଆଶେ ।|| ଚାହୁଁ ଚାହୁଁ ଯାଇ ଗଭୀର ଜଳେ ପଡିଲା ନାଆ, ଅକାତ ପାଣି ସେ ଗଣ୍ଡରେ କାଳିଜାଇ ତା ନାଆଁ । କାତ ରଖି ନାବେ ନାଉରି ନେଲା ଆହୁଲା କରେ, ମା କାଳିଜାଇ ସୁମରି ମଙ୍ଗ ସଳଖି ଧରେ । ନୀଳ ଊର୍ମିମାଳା ଉଠଇ ବହେ ପବନ ଖର, ଛିଟିକି ପଡଇ ନାଆରେ ପାଣି ଥରକୁ ଥର । ନାଆ ପାଶେ ଖେଳେ ମଗର ବୁଡି ଛଟକି ଉଠେ, ଖେଳେ ଶିଶୁମାର ଶାଙ୍କୁଚ ପୁଣି ଲାଙ୍ଗୁଡ଼ ପିଟେ । ପାରି ହୋଇ ଗଣ୍ଡ ବିଷମ ନାଆ ଲାଗିଲା କୂଳେ, ସୁଷମା ନିରେଖି ଉଠିଲା ଶ୍ୟାମ ଶଇଳ ଚୁଳେ । ବୁଡି ଯାଉଥିଲେ ସବିତା ଦୂର ଭାଲେରି ଶିଖେ, ଉଡି ଆସୁଥିଲେ ବିହଙ୍ଗ ସୁଖେ ଜଟିଆ ମୁଖେ । ଅସ୍ତଗାମୀ ରବି କିରଣ ପଡି ଚିଲିକା ଜଳେ, ଦିଶଇ ପ୍ରବାଳ ବାରଣ ଶୋଭା ବଚନ ବଳେ । ଚଢେଇଗୁହାର ଶିଖକୁ ଚାହିଁ ଉଡଇ ଏରା, ଲୋହିତ ଧବଳ ପକ୍ଷରେ କେଡେ ଦିଶଇ ତୋରା । ଭାଲେରୀ ପାହାଡ଼ ଉହାଡେ ଲୁଚି ଗଲେଣି ରବି, ପଶ୍ଚିମ ଆକାଶେ ଝଟକେ ପୀତ ଲୋହିତ ଛବି । ଦିଶେ ପାରିକୁଦ ମାଲୁଦ ଦୂରୁ ଛାୟା ପରାୟେ, ସନ୍ଧ୍ୟାତାରା ନଭେ ହିରନ ସମ କି ଶୋଭା ପାଏ । ଦେଖୁଛି ଚିଲିକା ସପନେ ତୋର ଅତୀତ ଶିରୀ, ମୁହାଣୁ ତୋହର ବୋଇତ ଯେବେ ଥିବ ବାହାରି । ସିନ୍ଧୁ ପାରେ ଯାଇ ଓଡ଼ିଆ ପୁଏ କରି ବେପାର, ଆଣୁଥିଲେ ବୋହି ଦେଶକୁ ଧନରତ୍ନ ଅପାର । ଆଜି ଏ ମୁହାଣ ପାଶେ କି ଗଢା ହେବ ବନ୍ଦର, ବିପଣି ମାଳାରେ ବିଜନ ବେଳା ହେବ ମୁଖର । ତୋ ଜଳେ ଶରତେ ଭାସନ୍ତି କେତେ ମରାଳ ପନ୍ତି, ଭାସିବେ କି ସିନ୍ଧୁ ସଲିଳେ ତୋର ପୋତ ପଙ୍କାତି । ବିଦେଶ ବେପାରୀ ଆଣିବେ ଦେଶେ ନାନା ବିଭବ, ଫେରିବ କି ଶୋଭାମୟୀ ଗୋ ତୋର ଲୁପ୍ତ ଗୌରବ ।