У нас вы можете посмотреть бесплатно ଚିଡିଆଖାନାରେ କ୍ରିକେଟ୍ : Learn Odia with subtitles. Story for Children BookBox.com или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Arvi loves cricket but he has just met some new friends who seem to love cricket more than him! Check out this fun-filled Cricket World Cup story :) ଚିଡିଆଖାନାରେ କ୍ରିକେଟ୍ ବୁକବକ୍ସ ଦ୍ଵାରା ଅରବୀ ଚିଡିଆଖାନାରେ ବୁଲୁଥିବା ବେଳେ ଏକ ଅଜବ ଶବ୍ଦ ଶୁଣିବାକୁ ପାଇଲା। ସେ ଜିଜ୍ଞାସୁ ହୋଇ ଉପରକୁ ଅନାଇଲା ଏବଂ ଏକ ମାଙ୍କଡ ପଲକୁ ରେଡିଓ ଶୁଣିବାର ଦେଖିଲା। ନିଜ ଜିଜ୍ଞାସାକୁ ଲୁଚାଇବାରେ ଅସମର୍ଥ ହୋଇ, ସେ ସେମାନଙ୍କ ପାଖକୁ ଯାଇ ପଚାରିଲା, “ତୁମେମାନେ ସତରେ କ୍ରିକେଟ୍ ଖେଳ ଶୁଣୁଛ?” “ହଁ, ବୋକା ମଣିଷ। ତତେ ଜଣା ନାହିଁ କି ସବୁ ଜୀବମାନେ କ୍ରିକେଟ୍କୁ ଭଲ ପାଆନ୍ତି?” ମାଙ୍କଡମାନେ ତାକୁ ଚିଡାଇ କହିଲେ। ଉତ୍ସାହିତ ହୋଇ ଅରବୀ ନିଜ ବଲକୁ ଉପରକୁ ଫୋପାଡି ଦେଲା। ଏକ ହାତୀ ଏହାକୁ ଧରିଲା। “ଆମେ ଏକ ବଡ଼ ସ୍କୋର କରିବୁ ଏବଂ ଅନେକ ୱିକେଟ୍ ନେବୁ। ଶ୍ରୀଲଙ୍କା ହିଁ ଜିତିବ!” ହାତୀ ବିଗୁଲ ବଜାଇ କହିଲା। ଏକ ମହାବଳ ବାଘ ଏକ ବାଡ଼ ଉପରକୁ ଡେଇଁ ହାତୀଠାରୁ ବଲକୁ ଛଡ଼ାଇ ନେଲା। ସେ ନିଜ ପଞ୍ଝାରେ ବଲକୁ ଉପରକୁ ଫିଙ୍ଗିଲା ଓ କହିଲା, “କଦାପି ନୁହେଁ, ଆମେ ଆମର ବ୍ୟାଟିଂ ଦକ୍ଷତା ସହିତ ସମସ୍ତଙ୍କୁ ପରାଜିତ କରିବୁ । ଭାରତ ହିଁ ଜିତିବ!” ବାଘଟି ଗର୍ଜନ କରି କହିଲା। ସିଂହମାନେ ବହୁ ଶୀଘ୍ର ଏକ ପିରାମିଡ୍ ନିର୍ମାଣ କରି ବଲ୍କୁ ଧରିଲେ । ସିଂହ ଗର୍ଜନ କରି କହିଲା, “ଆମର ଦଳଗତ କାର୍ଯ୍ୟ ସହିତ କେହି ମେଳ କରିପାରିବେ ନାହିଁ। ଇଂଲଣ୍ଡ ହିଁ ଜିତିବ!” ଠିକ୍ ସେତିକିବେଳେ ତଳେ ଏକ କିୱି ପଲ ସିଂହମାନଙ୍କ ପଞ୍ଝା ତଳେ ରହି ତାଙ୍କ ପିରାମିଡ୍କୁ ଖସାଇ ଦେଲେ। “ଆମର ରଣନୀତିକୁ ଅବମାନନା କରନାହିଁ। ନ୍ୟୁଜିଲ୍ୟାଣ୍ଡ ହିଁ ଜିତିବ!” କିୱିମାନେ କହିଲେ। ଏହାପରେ ପାହାଡୀ ଛେଳିମାନେ ଆସିଲେ ଓ କହିଲେ, “ଦେଖିବା କିଏ ଆମର ବୋଲରଙ୍କ ସ୍ପିନ୍ ଓ ଗତିକୁ ରୋକି ପାରିବ। ଆମେ ହିଁ ସବୁ ୱିକେଟ୍ ନେବୁ ଏବଂ କପ୍ ଜିତିବୁ। ପାକିସ୍ତାନ ହିଁ ଜିତିବ!” “ନାଁ, କପ ଆମର ହେବ। ଆମେ ଦ୍ରୁତ ରନ୍ କରିବୁ ଏବଂ କପ୍କୁ ନିଜର କରିବୁ। ଦକ୍ଷିଣ ଆଫ୍ରିକା ହିଁ ଜିତିବ!” ହରିଣମାନେ କହିଲେ। ଏହା ସବୁ ଦେଖି କଙ୍ଗାରୁମାନେ ଉଠିଲେ। “ଏହା ଆମ ପାଇଁ ଅତି ସହଜ, କପ୍ ଆମର ହେବ। ଅଷ୍ଟ୍ରେଲିଆ ହିଁ ଜିତିବ!” କଙ୍ଗାରୁମାନେ କହିଲେ। ଏହି ସମସ୍ତ ଜୀବମାନେ ଅରବୀର ନିକଟତର ହେଲେ ଏବଂ ଦାବି କରି ପଚାରିଲେ, “ତେବେ ତୁମେ କେଉଁ ଦଳକୁ ସମର୍ଥନ କରୁଛ? ତୁମକୁ କ’ଣ ଲାଗୁଛି କିଏ ଜିତିବ, ଅରବୀ?” କିନ୍ତୁ ଅରବୀ ନିଜର ନିଷ୍ପତ୍ତି ନେବା ପୂର୍ବରୁ... “ଉଠ୍ ଅରବୀ, ଉଠିଯାଆ! ଆମ ପାଖରେ ତୁମ ପାଇଁ ଏକ ଉପହାର ଅଛି!” ନିଜ ପିତାମାତାଙ୍କୁ ହସୁଥିବାର ଦେଖି ଅରବୀ ଉଠିଲା ଏବଂ ସେ ଶୁଣିଲା ସେହି ମଧୁର ବାକ୍ୟ ଯାହା ଥିଲା, “ଅରବୀ, କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ ଦେଖିବାକୁ ଆମେ ଟିକେଟ୍ ପାଇଯାଇଛୁ!” ତେବେ, ତୁମେ କ’ଣ ଭାବୁଛ, କେଉଁ ଦଳ ଜିତିବ? Illustrator: Kathiravan Translation: Cosmic Sounds Narration: Cosmic Sounds Editor: Ananya Parthibhan Musician: Jerry Silvester Vincent, SFX, Mixing & Mastering: Rajesh Gilbert Story & Animation: BookBox FREE Apps for iPads & iPhones: http://www.bookbox.com/ios FREE Apps for Android phones & tablets: http://www.bookbox.com/android Many more stories, languages & multiple subtitle options: http://www.bookbox.com #BookBox #BookBoxOdia #Learn2Read