У нас вы можете посмотреть бесплатно ମହିଳା ଦିବସରେ ସେବାର ସଂକଳ୍ପ: ବରଗଡ଼ରେ ୩୩ ଜଣ ମହିଳା ସ୍ୱେଚ୍ଛାସେବୀ ରକ୍ତଦାତା ସମ୍ମାନିତ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ମହିଳା ଦିବସରେ ସେବାର ସଂକଳ୍ପ: ବରଗଡ଼ରେ ୩୩ ଜଣ ମହିଳା ସ୍ୱେଚ୍ଛାସେବୀ ରକ୍ତଦାତା ସମ୍ମାନିତ International Women’s Day Celebrated with Service Pledge in Bargarh; 33 Women Blood Donors Felicitated ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବରଗଡ଼ରେ ସ୍ୱେଚ୍ଛାସେବୀ ମହିଳା ରକ୍ତଦାତାଙ୍କୁ ସମ୍ମାନିତ କରାଯାଇଛି। ନେହେରୁ ଏସୋସିଏସନ ମହିଳା ସମିତି, ବରଗଡ଼ ପକ୍ଷରୁ ନେହେରୁ ଏସୋସିଏସନ ପରିସରରେ ଏହି ସମ୍ବର୍ଦ୍ଧନା ସମାରୋହ ଗମ୍ଭୀର ଓ ସାରଗର୍ଭିତ ପରିବେଶରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ କରାଯାଇଥିଲା ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଯାଇଥିଲା। ସମିତିର ସଭାପତି ଶ୍ରୀମତୀ ସୁଷମା ଭୋଇ ସ୍ୱାଗତ ଭାଷଣ ଦେଇ ରକ୍ତଦାନ ଭଳି ମାନବତାମୂଳକ ସେବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଅନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ ଆୟୋଜିତ ମହିଳା ସ୍ୱତନ୍ତ୍ର ରକ୍ତଦାନ ଶିବିରରେ ରକ୍ତଦାନ କରିଥିବା ୩୩ ଜଣ ସ୍ୱେଚ୍ଛାସେବୀ ମହିଳା ରକ୍ତଦାତାଙ୍କୁ ଏହି ଅବସରରେ ମେମେଣ୍ଟୋ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ମୁଖ୍ୟ ବକ୍ତା ଡା. ପ୍ରଭାଷିନୀ ତାଙ୍କ ବକ୍ତବ୍ୟରେ ମହିଳାଙ୍କ ସମାଜ ଗଠନରେ ଅସାଧାରଣ ଭୂମିକା ଉପରେ ଆଲୋଚନା କରିଥିଲେ। ବିଶିଷ୍ଟ ମହିଳା ଓ ପ୍ରସୂତି ବିଶେଷଜ୍ଞ ଡା. ଶିତଳ ଅଗ୍ରୱାଲ କହିଥିଲେ ଯେ ରକ୍ତଦାନ କଲେ ଶରୀରରେ ଆଇରନର ସମତୁଳନ ରହିଥାଏ ଓ ସ୍ୱାସ୍ଥ୍ୟ ଉନ୍ନତି ହୁଏ। କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ମହିଳା ସଶକ୍ତିକରଣରେ ରକ୍ତଦାନର ଗୁରୁତ୍ୱ ଉଲ୍ଲେଖ କରିଥିଲେ। ଏହା ସହ ବରଗଡ଼ରେ ରକ୍ତଦାନ ସଚେତନତା ବଢ଼ାଇବାରେ ଅବଦାନ ରଖୁଥିବା ସଂକଳ୍ପ ପରିବାର, ନିଷ୍ଠା ପରିବାର ଓ ଫର୍ ସଂସ୍ଥାକୁ ମଧ୍ୟ ସମ୍ମାନିତ କରାଯାଇଥିଲା। On the occasion of International Women’s Day, voluntary women blood donors were felicitated in Bargarh for their humanitarian service. The programme was organized by the Nehru Association Women’s Committee at the Nehru Association premises. The event began with a ceremonial lamp lighting and a warm welcome to the guests. Committee President Sushama Bhoi highlighted the importance of blood donation as a noble act of service to society. A total of 33 voluntary women blood donors, who had donated blood in a women-exclusive blood donation camp organized earlier by the committee, were honoured with mementos during the ceremony. Keynote speaker Dr. Prabhasini spoke about the significant role of women in building a strong and compassionate society. Gynecologist Dr. Sheetal Agrawal explained the health benefits of blood donation, stating that it helps maintain iron balance and promotes healthy blood circulation. Zilla Parishad Chairperson Manini Bhoi appreciated the leading role of women in social service and encouraged more participation in voluntary blood donation. Organizations including Sankalp Parivar, Nistha Parivar, and FOR Foundation were also honoured for promoting blood donation awareness in the district.