У нас вы можете посмотреть бесплатно ତୁମକୁ ମୋ ବାହାଘର ର ନିମନ୍ତ୍ରଣ - ଶ୍ରଦ୍ଧା ପାଣିଗ୍ରାହୀ ॥ Odia poetry ॥ ମୁକ୍ତମଞ୍ଚ , ଆମ ଭାଷା ଓ ସାହିତ୍ୟ ର | или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#sradhapanigrahi #odiapoetry #muktamancha Special thanks to our venue partner, “Cloud kitchen “…. https://www.baba-ben-chow.in/ ଶୁଣ ଇଏ ତୁମକୁ ମୋର ଶେଷ ଚିଠି। କ୍ଷମା କରିବ ଯଦି କରୁଛି ତୁମକୁ ହଇରାଣ.. ହେଲେ ଆଉ କେବେବି ଆସିବିନି ତୁମ ଜୀବନେ, ଥିଲେ ଥାଉ ପଛେ ଯେତେ ଯାହା କାରଣ । ଆସନ୍ତା ସୋମବାରେ ମୋ ବାହାଘର, ତୁମକୁ ମୋ ବାହାଘର ର ନିମନ୍ତ୍ରଣ ॥ ଭାବିଥିଲି ବେଦିରେ ବସିବି ତୁମ ସହ.. ତୁମେ ହବ ମୋ ବର। ଅପେକ୍ଷା ବି କଲି ବହୁତ ଦିନ.. ହେଲେ ଶୁଣିବାକୁ ପାଇଲି, ଏବେ ତୁମେ ଆଉ କାହା ପ୍ରେମରେ ଉଛନ୍ନ । ଉହୁଁ… ନିନ୍ଦା କରୁନି ମ… ଇଏ ତ ବସ୍ , ତୁମକୁ ମୋ ବାହାଘର ର ନିମନ୍ତ୍ରଣ ॥ ଏତେ ଭିଡ ଭିତରେ, ପାରିବ ତ ମୋତେ ଚିହ୍ନି ? ପାରିବନି ଯଦି !!! କହୁଛି ଶୁଣ… ଥରେ ଏକାଠି ଯାଇ ଖଣ୍ଡେ ପାଟଶାଢୀ ଆଣିଥିଲେ ଆମେ କିଣି । ହଳଦିଆ ରଙ୍ଗ …. ହଁ ମ… ସେଇ ହଳଦିଆ ଶାଢୀ ପିନ୍ଧି, ସାଜିଥିବି ମୁଁ ସେଦିନ ପାଟରାଣି… ଆଉ କରୁଥିବି ମଧ୍ୟ ସମସ୍ତଙ୍କର ଆଶୀର୍ବାଦ ଗ୍ରହଣ । ଆସନ୍ତା ସୋମବାରେ ମୋ ବାହାଘର, ତୁମକୁ ମୋ ବାହାଘର ର ନିମନ୍ତ୍ରଣ ॥ ଆଛା, ମୋ ବର ବିଷୟରେ ଶୁଣିବ ? ଦେଖିବାକୁ ସେ ଠିକ୍ ଠାକ୍ … ହେଲେ ହୃଦୟ ତାଙ୍କର ସତେକି ଗୋଟେ ସୁନା ର ଖଣି । ନହେଲେ…. ମୋ ଅତୀତ କୁ ଜାଣିସୁଦ୍ଧା , ଦିଅନ୍ତେ କି ମୋତେ ଅର୍ଦ୍ଧାଙ୍ଗିନୀ ର ମାନ !! ଶୁଣ, ତୁମକୁ ମୋର ନୁହଁ… ତୁମକୁ ଆମ ଦୁହିଁଙ୍କ ବାହାଘର ର ନିମନ୍ତ୍ରଣ ॥ ଦେଖ… ମନେକରି ଆସିବ ନିଶ୍ଚୟ… ନହେଲେ ତୁମକୁ ମୋ ରା…ଣ…. ଧେତ୍..ତ୍…. ମୁଁ କିଏ ଯେ !!! ଆସିବ ନିଶ୍ଚୟ… ନହେଲେ ତୁମକୁ ତୁମ ୨୩ତମ ପ୍ରେମିକା ର ରାଣ । ଆସନ୍ତା ସୋମବାରେ ମୋ ବାହାଘର, ତୁମକୁ ମୋ ବାହାଘର ର ନିମନ୍ତ୍ରଣ ॥