У нас вы можете посмотреть бесплатно ନୟାଗଡ଼ ବାରାକରେ ଜୀବନ ହାରିଲେ ଏପିଆର କନେଷ୍ଟବଲ ସୁନୀଲ ସେଠୀ Nayagarh News Odisha или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ସୁନୀଲଙ୍କ ଶେଷ ମେସେଜ ଥିଲା "ଲାଗିଗଲା କାହା ନଜର" ନୟାଗଡ଼ ରିଜର୍ଭ ପୋଲିସ କ୍ୟାମ୍ପସରେ ଜୀବନ ହାରିଲେ କନେଷ୍ଟବଳ। ମୃତକ ଜଣଙ୍କ ହେଲେ ସୁନୀଲ ସେଠୀ । ଖବର ଅନୁଯାୟୀ, ସୁନୀଲ ସେଠୀଙ୍କ ଘର ନୟାଗଡ଼ ଜିଲ୍ଲା ବାହାଡ଼ାଝୋଲା ବେରୁହାଁବାରୀ ଗାଁରେ । ଗୁରୁବାର ସକାଳେ ସେ ରିଜର୍ଭ ପୋଲିସ କ୍ୟାମ୍ପସର ଛାତ ଉପରେ ନିଜକୁ ନିଜେ ଗୁଳି କରି ଜୀବନ ହାରିଥିବା ସୂଚନା ରହିଛି । ସେ କନେଷ୍ଟବଳ ଭାବେ ନୟାଗଡ଼ ବାରାକରେ କାର୍ଯ୍ୟରତ ଥିଲେ। ବର୍ତ୍ତମାନ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସେପଟେ ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇଛି । ମୃତ୍ୟୁର କାରଣ କଣ ଅଛି ତାହା ତଦନ୍ତ ପରେ ସ୍ପଷ୍ଟ ହୋଇପାରିବ ବୋଲି ପୋଲିସ ସୂଚନା ଦେଇଛି। ସୂଚନାଯୋଗ୍ୟ ଗତ ଜାନୁଆରୀ ୨୧ତାରିଖରେ ତାଙ୍କ ବାନ୍ଧବୀଙ୍କ ସହ ନିର୍ବନ୍ଧ ହୋଇଥିଲା। ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ ସୁନୀଲ। କିନ୍ତୁ ତା ପୂର୍ବରୁ ଲାଗିଗଲା କାହା ନଜର ଠିକ ଏମିତି ଏକ ମେସେଜ ଥିଲା ଯାହାକି ଶେଷ ମେସେଜ ଥିଲା ତାଙ୍କ ବାନ୍ଧବୀଙ୍କ ପାଇଁ... ଏନେଇ ତାଙ୍କ ବାନ୍ଧବୀ, ନୟାଗଡ଼ ଏସପି ଏସ ସୁଶ୍ରୀ ଏବଂ ମା ଅହଲ୍ୟା ସେଠି କଣ କହୁଛନ୍ତି ଶୁଣନ୍ତୁ....