У нас вы можете посмотреть бесплатно Baba Kashibaidyanatha namha /Majhika/Mahashivaratri /Linkan/Angul/2026 или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ମହାଶିବରାତ୍ରୀ 2026 #ଶିବପଞ୍ଚାକ୍ଷର 🔱 ନ : ନାଗେନ୍ଦ୍ର ହାରାୟ, ତ୍ରିଲୋଚନାୟ, ଭସ୍ମାଙ୍ଗରାଗାୟ ମହେଶ୍ୱରାୟ ନିତ୍ୟାୟ ଶୁଦ୍ଧାୟ ଦିଗମ୍ବରାୟ, ତସ୍ମୈ ‘ନ’ କାରାୟ ନମଃ ଶିବାୟ ଅର୍ଥ : ବେକରେ ନାଗମାନଙ୍କୁ ହାର ଭଳି ଧାରଣ କରିଥିବା ତ୍ରୀଲୋଚନ, ଯାହାଙ୍କ ଦେହରେ ଭସ୍ମ ଅଙ୍ଗାରାଗ ବା ପାଉଁଶ ପ୍ରଲେପିତ ହୋଇଛି, ସେହି ମହାନ୍ ଇଶ୍ୱର ଯିଏ ଦିଗମାନଙ୍କୁ ନିଜର ବସ୍ତ୍ର ଭାବେ ଗ୍ରହଣ କରିଛନ୍ତି, ‘ନ’କାର ଶବ୍ଦରେ ମୁଁ ତାଙ୍କୁ ପ୍ରଣାମ କରୁଛି। ମ: ମନ୍ଦାକିନି ସଲିଳ ଚନ୍ଦନ ଚର୍ଚ୍ଚିତାୟ, ନନ୍ଦିଶ୍ୱର ପ୍ରମଥନାଥ ମହେଶ୍ୱରାୟ ମନ୍ଦାରପୁଷ୍ପ ବହୁ ପୁଷ୍ପ ସୁପୁଜିତାୟ, ତସ୍ମୈ ‘ମ’କାରାୟ ନମଃ ଶିବାୟ । ଅର୍ଥ : ଗଙ୍ଗା ବା ମନ୍ଦାକିନିଙ୍କ ପବିତ୍ର ଜଳ ଓ ଅଙ୍ଗରେ ଚନ୍ଦନ ପ୍ରଲେପନରେ ଯାହାଙ୍କ ଅର୍ଚ୍ଚନା ହୁଏ, ପ୍ରମଥ ବା ଭୁତମାନଙ୍କ ନାଥ ତଥା ନନ୍ଦିଙ୍କ ସ୍ୱାମୀ, ଯାହାଙ୍କୁ ମନ୍ଦାର ସହ ବିଭିନ୍ନ ପୁଷ୍ପରେ ଅର୍ଚ୍ଚନା କରାଯାଏ ସେହି ଶିବଙ୍କୁ ‘ମ’କାର ଶବ୍ଦରେ ମୁଁ ପ୍ରଣାମ କରୁଛି। ଶି: ଶିବାୟ ଗୌରୀ ବଦନାରବିନ୍ଦ ସୂର୍ଯ୍ୟାୟ, ଦକ୍ଷାଧ୍ୱରନାଶନାୟ ଶ୍ରୀନିଳକଣ୍ଠାୟ ବୃଷଭଦ୍ୱଜାୟ, ତସ୍ମୈ ‘ଶି’ କାରାୟ ନମଃ ଶିବାୟ ଅର୍ଥ : ମା’ ଗୌରୀଙ୍କ ମୁଖ ପଦ୍ମକୁ ବିକଶିତ କରିବାରେ ଯେ ସୂର୍ଯ୍ୟ, ଦକ୍ଷ ଦର୍ପ ନାଶନକାରୀ ନୀଳକଣ୍ଠ, ଯାହାଙ୍କର ପତକାରେ ବୃଷଭଙ୍କ ଚିତ୍ର ରହିଛି ସେହି ମହାନ୍ ଶିବଙ୍କୁ ‘ଶି’କାର ଶବ୍ଦରେ ମୁଁ ପ୍ରଣାମ କରୁଛି। ବା: ବଶିଷ୍ଠ କୁମ୍ଭୋଦ୍ଭବ୍ ଗୌତମାଦି, ମୁନିଦ୍ର ଦେବାର୍ଚ୍ଚିତ ଶେଖରାୟ ଚନ୍ଦ୍ରାର୍କ ବୈଶ୍ୱାରନରଲୋଚନାୟ ତସ୍ମୈ ‘ବ’ କାରାୟ ନମଃ ଶିବାୟ । ଅର୍ଥ : ବଶିଷ୍ଠ, ଅଗସ୍ତ୍ୟ ଓ ଗୌତମ ଆଦି ମହାନ୍ ଋଷିମାନେ ଯାହାଙ୍କ ଅର୍ଚ୍ଚନା କରନ୍ତି, ତଥା ଇନ୍ଦ୍ରଙ୍କ ଭଳି ଦେବତାମାନେ ଯାହାଙ୍କ ମସ୍ତକ ଦେଶରେ ପୂଜାର୍ଚ୍ଚନା କରନ୍ତି, ଚନ୍ଦ୍ର, ସୂର୍ଯ୍ୟ ଓ ଅଗ୍ନି ଯାହାଙ୍କ ୩ଟି ନେତ୍ର ସ୍ୱରୂପ, ସେହି ମହାନ୍ ଶିବଙ୍କୁ ‘ବ’କାର ଶବ୍ଦରେ ମୁଁ ପ୍ରଣାମ କରୁଛି। ୟ: ଯଜ୍ଞ ସ୍ୱରୁପାୟ ଜଟା ଧରାୟ, ପିନାକ ହସ୍ତାୟ ସନାତନାୟ ଦିବ୍ୟାୟ ଦେବାୟ ଦିଗମ୍ବରାୟ ତସ୍ମୈ ‘ୟ’ କାରାୟ ନମଃ ଶିବାୟ । ଅର୍ଥ : ଯେ ଯଜ୍ଞ ସ୍ୱରୁପ(‘ୟ’ ଶବ୍ଦ ଏଠାରେ ‘ଯ’ ଭାବେ ଉଚ୍ଚାରିତ ହୋଇଛି), ମସ୍ତକରେ ଯାହାଙ୍କର ଜଟା ଓ ହସ୍ତରେ ପିନାକ ଶୋଭାପାଏ ସେହି ସନାତନ ଦିଗମ୍ବର ଶିବଙ୍କୁ ‘ୟ’କାର ଶବ୍ଦରେ ମୁଁ ପ୍ରଣାମ କରୁଛି। ମୁଖ୍ୟ ପୂଜକ - ଗଙ୍ଗାଧର ମହାପାତ୍ର ଶିଶିର ମହାପାତ୍ର ପ୍ରସନ୍ନ କୁମାର ମହାପାତ୍ର ବୀରବର ମହାପାତ୍ର ଲିଙ୍କନ ମହାପାତ୍ର ଗୟାଧର ମହାପାତ୍ର #song #saurabha