У нас вы можете посмотреть бесплатно Odia Kabita: ଯଦି କେବେ ଦେଖାହୁଏ || Kabita Class || Lopamudra Barik или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Poetry Title: Jadi Kebe Dekha Hua Writer: Sanjya Kumar Jaysingh Narrator: Lopamudra Barik About Us! Poetry can evoke all sorts of emotions - Love, Heartbreak, Sensuality, Humor, Satire, Patriotism, Political, Social and much more. Catch original Odia Poetry & Sher-O-Shayari only on #JharkaKabita If you too write poetry and want to share your poems with the world, contact us. We will feature you in #KabitaClass Email: [email protected] Thanks & Regards #JharkaKabita ଯଦି କେବେ ଦେଖାହୁଏ ଯଦି କେବେ ଦେଖାହୁଏ କହିବି ତୁମକୁ… କେମିତି କାକରରେ ଭିଜି ଯାଉଥାଏ ଗୋଟାପଣେ ଶୀତ, କେମିତି ପୂନେଇଁ ପିଠିରେ ନାଉ ହୋଇ ବୁଲୁଥାଏ ଚାନ୍ଦ, କେମିତି ଓହ୍ଲେଇ ଆସେ ସୂର୍ଯ୍ୟ ଧିରେ ଧରି ସକାଳର ହାତ, କେମିତି ପ୍ରଜାପତୀ ଚୁମୁଥାଏ ଫୁଲର ଓଠକୁ… ଯଦି କେବେ ଦେଖାହୁଏ କହିବି ତୁମକୁ। ଯଦି କେବେ ଦେଖାହୁଏ କହିବି ତୁମକୁ… କେମିତି ସ୍ଵପ୍ନ ସବୁ ଅଳସ ଭାଙ୍ଗେ ଆଖିର ନିଦରେ, କେମିତି କବିଟିଏ ହଜି ଯାଉଥାଏ କବିତା ଛନ୍ଦରେ, କେମିତି ବର୍ଷାର ପାଉଁଜୀ ରୁଣୁଝୁଣୁ ଶୁଭୁଥାଏ ଶ୍ରାବଣୀ ପାଦରେ, କେମିତି ନଇପଠା ହାତଠାରି ଡାକୁଥାଏ ସଞ୍ଜକୁ… ଯଦି କେବେ ଦେଖାହୁଏ କହିବି ତୁମକୁ। ଯଦି କେବେ ଦେଖାହୁଏ କହିବି ତୁମକୁ… କେମିତି ବେଳାଭୁମି ଅହରହ ଭିଜୁଥାଏ ସାଗର ପ୍ରେମରେ, କେମିତି କହ୍ନୁ ଡାକୁଥାଏ ରାଇ ରାଇ ରାଇ ବ˚ଶୀର ସ୍ଵନରେ, କେମିତି ଶବ୍ଦାୟିତ ହୁଏ ପବନର ରମଣ ସବୁଜ ବନରେ, କେମିତି ଗଙ୍ଗଶୀଉଳି ଝରିପଡେ ମାଟିର ମୋହକୁ… ଯଦି କେବେ ଦେଖାହୁଏ କହିବି ତୁମକୁ। ଯଦି କେବେ ଦେଖାହୁଏ କହିବି ତୁମକୁ… କେମିତି ଲାଜ ସରସର ହୋଇଯାଏ କଇଁ ଜହ୍ନର ଜ୍ୟୋସ୍ନାରେ, କେମିତି ଫଗୁଣର ଗଭା ମହକୁଥାଏ ବଉଳର ବାସ୍ନାରେ, କେମିତି ବୈଶାଖୀର ତାତି ମିଶି ଯାଉଥାଏ ଖରାର ତୃଷନାରେ, କେମିତି ଅନ୍ଧାରବି ଆଉଜି ପଡେ ରାତ୍ରିର ଦେହକୁ… ଯଦି କେବେ ଦେଖାହୁଏ କହିବି ତୁମକୁ,କହିବି ତୁମକୁ।