У нас вы можете посмотреть бесплатно Naba Gujjari ( ନବଗୁଜ୍ଜରୀ ) by Mahapurusha Achyutananda Das или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Composed by: Shri Achyutananda Das, early 16th CE Theme: This Gujjari (a form of composition) is written in the form of communication between Shri Achyuta and the supreme Lord, as Achyuta pleads for divine grace to the Lord, and also acknowledges and thanks, at the end of the Gujjari, for receiving Lord's grace. Voice: Shri Lokanath Das, 26 Apr 2020 Language: Odia Visit us at: http://www.garoiashram.org ___________________________________________ Copyright@Shri Gobardhana Pitha Garoi Ashram 2020 Iligal & unauthorized use of this video is an offence as per copyright guidelines . ଓଁ ଶ୍ରୀ ଶ୍ରୀ ଗୁରୁଦେବାୟ ନମଃ ଓଁ ଶ୍ରୀ ଶ୍ରୀ ଗୁରୁଦେବାୟ ନମଃ ଓଁ ଶ୍ରୀ ଶ୍ରୀ ଗୁରୁଦେବାୟ ନମଃ | ଜୟ ଜଗନ୍ନାଥ... ଜୟ ଜଗନ୍ନାଥ... ଜୟ ଜଗନ୍ନାଥ | ଅନାଥର ନାଥ ଅଟ ହୋ..., ତୁମ୍ଭ ନାମ ଅନନ୍ତ, ଅନ୍ତର୍ଯ୍ୟାମୀ ତୁମ୍ଭ ମହିମା..., ପ୍ରଭୁ କେ କରୁ ଅନ୍ତ | ଅପାର ତୁମ୍ଭର ମହିମା ନାମ କୃପା... ବାରିଧି, ଅଖିଳ ବ୍ରହ୍ମାଣ୍ଡ ମଧ୍ୟରେ..., ତୁମ୍ଭ ନାମ ପ୍ରସିଦ୍ଧି | ଅଖିଳ ବ୍ରହ୍ମାଣ୍ଡ ମଧ୍ୟରେ, ନାଥ କାହିଁ ରହିଛ, ଅଧମ ଅଚ୍ୟୁତ ଡାକିଲେ, ପ୍ରଭୁ ନ ଶୁଣୁ ଅଛ, ...ଅଧମ ଅଚ୍ୟୁତ ଡାକିଲେ, ପ୍ରଭୁ ନ ଶୁଣୁ ଅଛ | ...ଅଧମ ଅଚ୍ୟୁତ ଡାକିଲେ, ପ୍ରଭୁ ନ ଶୁଣୁ ଅଛ | ଜୟ ନୀଳାଦ୍ରି ନାଥ ହରି, ଜୟ ରମା ରମଣ, ଜୟ ଅନାଦି ଆଦିକନ୍ଦ, ଜୟ କର କାରଣ | (୧) ଜୟ ଅନନ୍ତ ଗୋପୀନାଥ, ଜୟ ରଙ୍ଗା ଅଧର, ଜୟ ଗୋକୁଳ କୁଳପାଳ, ଜୟ ମନ୍ଦର ଧର | (୨) ଜୟ କଂସ କେଶୀ ବିନାଶ, ଜୟ ରାଧା ରମଣ, ତ୍ରିଭଙ୍ଗି ଭଙ୍ଗି ଘନଶ୍ୟାମ, ଜୟ ଗୋପରକ୍ଷଣ | (୩) ଜୟ କାଳୀ ବାଳି ବିନାଶ, ବଳି ଗର୍ବ ଗଞ୍ଜନ, ଅହଲ୍ୟା ଦ୍ରୌପଦୀ ବିପତ୍ତି, ବିଭୀଷଣ ରକ୍ଷଣ | (୪) କେତେ କେତେ ହରି ତାରିଛ, କର୍ଣ୍ଣେ ଶୁଣିଛି ମୁହିଁ, ବିଶେଷ ବର୍ଣ୍ଣନା କରନ୍ତି, ବେଳ କାଳ ହିଁ ନାହିଁ | (୫) ରଖିଲେ ରଖ ମହାବାହୁ, ନ ରଖିଲେ ଭାସିଲି, ଅରକ୍ଷ ରକ୍ଷ ମହାବାହୁ, ଆଉ ମୁଁ ନ ଦେଖିଲି | (୬) ଆତଙ୍କ ନାଶନ ବାନା ହେ, ରଖ କମଳା କାନ୍ତ, ଡାକି ଡାକି ଦୀନ ଅଚ୍ୟୁତ, ଏବେ ହେଲା ଅନାଥ | (୭) ...ଡାକି ଡାକି ଦୀନ ଅଚ୍ୟୁତ, ଏବେ ହେଲା ଅନାଥ... ...ଡାକି ଡାକି ଦୀନ ଅଚ୍ୟୁତ, ଏବେ ହେଲା ଅନାଥ... ଦିବାନିଶି ନାଥ ବନ୍ଦଇ, ତୁମ ପଦ୍ମ ଚରଣ ଯେଉଁ ବର ମୁଁ ଯେ ମାଗଇ, ପ୍ରଭୁ କର୍ଣରେ ଶୁଣ | (୮) ବ୍ରହ୍ମା ଇନ୍ଦ୍ର ପଦ ନ ବାଁଛେ, ଜ୍ଞାନ ଧ୍ୟାନ ନ ଇଛେ ସପ୍ତ ଦ୍ୱୀପେ ରାଜା ହୋଇବି, ଏହୁ ପଦ ନ ବାଁଛେ | (୯) ଯୋଗୀ ଯତୀନ୍ଦ୍ର ମୁଁ ନୋହିବି, ବ୍ରହ୍ମଜ୍ଞାନୀ ନୋହିବି, ସାଧୁ ସନ୍ଥ ମୁଁ ଯେ ନୋହିବି, ମୁଁ ଯେ କବି ନୋହିବି | (୧୦) ମରଣ ବେଳକୁ ଶରଣ, ତୁମ ଚରଣେ ହେବ, ଅଚ୍ୟୁତ ବୋଲେ ପରିତ୍ରାଣ, ଆନ ଗତି ନୋହିବ | (୧୧) ଆହୁରି କଥା ଏ କହୁଛି, ଶୁଣ ସାରଙ୍ଗ-ଧର, ତୁମ୍ଭ ମହିମା କେ ବର୍ଣ୍ଣିବ, ଗତି ଅଟେ ଅପାର | (୧୨) ଆଜନ୍ମ ମୁହିଁ ମହାପାପୀ, ଅଜାମିଳୁ ଅଧିକ, ପତିତ ଅପ୍ରାଧ ମୋ ନାମ, ଯତି ମଧ୍ୟରେ ଟେକ | (୧୩) ମାତା ପୀତା ଦ୍ରୋହି ଅଟେ ମୁଁ, ଭ୍ରାତା ବନ୍ଧୁ ନିନ୍ଦଇ କୃଷ୍ଣ ବୈଷ୍ଣବ ଗୁରୁ ଦେଖି, ଉପହାସ କରଇ | (୧୪) ମୋପରି ପତିତ ପାମର, କ୍ଷିତି ମଧ୍ୟରେ ନାହିଁ ତାର ନ ତାର ମହାପ୍ରଭୁ, ଦାସ ଅଚ୍ୟୁତ କହି | (୧୫) ...ତାର ନ ତାର ମହାପ୍ରଭୁ, ଦାସ ଅଚ୍ୟୁତ କହି... ଅଶେଷ ବ୍ରହ୍ମାଣ୍ଡ ମଧ୍ୟରେ, ଅଂଶା ଅଂଶ ପୁରିଛି ଅଶେଷ ମାର୍ଗେ ମୁଁ ଖୋଜିଲି, ଲେଶ ନ ପାଏ କିଛି | (୧୬) ଭଜନ ସ୍ମରଣ କୀର୍ତ୍ତନ, ତେଣୁ ହୋଇଲା ଦୂର, ମୋତେ ତହିଁ ମୁହିଁ ନଚିନ୍ହି , ବୁଲୁ ଅଛି ମହୀର | (୧୭) ଅକର୍ମ ଦାନେଟି ବୋଲାଅ, କର୍ମେ ନାହିଂ ମୋ ମତି ଶରଣ ସୋଦର ବୋଲାଅ, ଭଣେ ଦୀନ ଅଚ୍ୟୁତି | (୧୮) ...ଶରଣ ସୋଦର ବୋଲାଅ ଭଣେ ଦୀନ ଅଚ୍ୟୁତି... ...ଶରଣ ସୋଦର ବୋଲାଅ ଭଣେ ଦୀନ ଅଚ୍ୟୁତି... କିସ ଜପ ତପ କରିବି, କିସ କରିବି ଧ୍ୟାନ ପ୍ରଭୁ କରିବି ଧ୍ୟାନ କେଉଁ ଯୋଗ ମୁଁ ଯେ ସାଧିବି, ମୁଁ ଯେ ଅଭାଗା ଜନ | (୧୯) ଅ-କାର ଉ-କାର ମ-କାର, ପ୍ରଭୁ ନ ଜାଣେ କିଛି ପ୍ରଭୁ ନ ଜାଣେ କିଛି ଏକା ତୁମ୍ଭ ନାମ ଗୋଟାକୁ, ମୁଁ ଯେ ସତ୍ୟ ମଣୁଛି | (୨୦) ...ଏକା ତୁମ୍ଭ ନାମ ଗୋଟାକୁ, ମୁଁ ଯେ ସତ୍ୟ ମଣୁଛି ...ଏକା ତୁମ୍ଭ ନାମ ଗୋଟାକୁ, ପ୍ରଭୁ ସତ୍ୟ ନ ଜାଣେ, ପ୍ରଭୁ ସତ୍ୟ ନ ଜାଣେ। ଏକାକ୍ଷର ତତ୍ତ୍ୱ ନ ପାଇ, ବୁଲେ ମୁଁ ମାୟାବଣେ ଅଣାକ୍ଷର ଆଦି ଓଁ ମତି, ପ୍ରଭୁ ନ ଜାଣେ କିଛି | (୨୧) ...ଏକା ତୁମ୍ଭ ନାମ ଗୋଟାକୁ, ମୁଁ ଯେ ସତ୍ୟ ମଣୁଛି... ମନ୍ତ୍ର ଯନ୍ତ୍ର ତନ୍ତ୍ର ସାଧନା, ନାମ ତତ୍ତ୍ୱ ରେ ମତି, ନ ଜାଣି ଜଣାଇ କହୁଛି, ମୁଁ ଯେ ହୀନ ଅଚ୍ୟୁତି | (୨୨) ଏଥକୁ ବିଚାର କରିବେ, ପ୍ରଭୁ ସାରଙ୍ଗଧର, ମୋ ପରି ପତିତ, ଜଣେ ନାହିଁ ଭବ ମଧ୍ୟର | (୨୩) ଗୁଆଁର ନିର୍ବୋଧ ପାମର, ରଜ ତମରେ ମତ୍ତ ମଦ ମତ୍ସ୍ୟ କାମ କ୍ରୋଧେ, ପଡ଼ି ହୋଇଲି ହତ | (୨୪) ଏଥୁ ଯଦି ଦୟା କରିବ, ଯମ ଯାତନା କାଟି, ଜନ୍ମେ ଜନ୍ମେ ଭୃତ୍ୟ ହୋଇଣ, ପାଦେ ଥିବି ମୁଁ ଖଟି | (୨୫) ନୋହିଲେ ଏ ଭବେ ମରିବି, ପ୍ରଭୁ ନିନ୍ଦା ହୋଇବ, ଅନାଥ ନାଥ ମହାବାହୁ, କେ କାହିଁକି ଡ଼ାକିବ | (୨୬) ଭାସିଗଲି ଥରେ ଅଥହେ, ନିଶ୍ଚେ ହୋଇଲି ନାଶ, ଅଚ୍ୟୁତ ବୋଲେ ମହାପ୍ରଭୁ, କିସ ପାଇବ ଯଶ | (୨୭) ...ଅଚ୍ୟୁତ ବୋଲେ ମହାପ୍ରଭୁ, କିସ ପାଇବ ଯଶ... ଦୁଖୀ ଦୁଃଖ କି ନ ଶୁଭିଲା, କର୍ଣ୍ଣ ହେଲା ବଧିର, ଦୟାଳୁ ହୃଦୟ ମୋ ଲାଗି, ପ୍ରଭୁ ହେଲ ପଥର | (୨୮) ଶଙ୍ଖ ଚକ୍ର ଗଦା ପଦ୍ମ କି, କରୁ ଝରି ପଡିଲା, ବେଳୁ ବେଳ ମାୟା ମୋହ ଯେ, ମୋର ଅଙ୍ଗେ ଜଡ଼ିଲା | (୨୯) ଇବେକି ଗରୁଡ ଆସନ, ପ୍ରଭୁ ହୋଇଲା ଦୂର, ଦେଖୁ ଦେଖୁ କାଳସର୍ପ ଯେ, ଦଁସେ ମୋର ଶରୀର | (୩୦) ଦାସକୁ ନିରାଶ କରି ହେ, ପ୍ରଭୁ କି ଯଶ ହେବ, ଅଚ୍ୟୁତ ଦାସ କି ଏ ଭବେ, ପଡି ବୁଡି ମରିବ | (୩୧) ...ଅଚ୍ୟୁତ ଦାସ କି ଏ ଭବେ ପଡି ବୁଡି ମରିବ...୨ଥର ଭକତ ବିକଳ ଶୁଣିଣ, ଆଦିକନ୍ଦ କହନ୍ତି, ଯେବେ ଭବାର୍ଣ୍ଣବୁ ତରିବୁ, ଶୁଣ ଦେଇଣ ମତି | (୩୨) ପୁତ୍ର ନାତି ବନ୍ଧୁ ଭାରିଜା, ଦୁଃଖ କରି ପୋଷିବୁ, ଏକା ମୋର ନାମ ଗୋଟାକୁ, ହୃଦପଦ୍ମେ ଘୋଷିବୁ | (୩୩) ପଥକୁ ସଙ୍ଖାଳି ହୋଇବ, ନାମ ଗାୟନେ ତୋର, ସେ ନାମକୁ ତୁହି ଜପିବୁ, ଜୀବ ଗଲା ବେଳର | (୩୪) ତୁ କିସ ଜପିବୁ ତୋ ନାମ, ତୋର ଜପରେ ନାହିଁ, ତା ନାମକୁ ସେ ନିରନ୍ତରେ, ତହିଁ ଜପୁ ଅଛଇ | (୩୫) ଶୁଣିଣ ଅଚ୍ୟୁତ ଦାସ ଯେ, ହସ ହସ ହୋଇଲେ, ଶ୍ରୀପଦ ଚରଣେ ପଡ଼ିଣ, ନିସ୍ତରିଲି ବୋଇଲେ | (୩୬) ଆଶା ଭରଷା ମୋ ପୁରିଲା, କର୍ଣ୍ଣେ ଶୁଣିଲି ମୁହିଁ, ଏଡ଼େ ଦୟାଳୁ ପଣ ଗୋଟା, କାହିଁ ଥିଲ ଲୁଚାଇ | (୩୭) ଚିତ୍ରୋତ୍ପଳା ନଦୀ ଉତ୍ତରେ, ପ୍ରଭୁ ରହି ଡାକିବି, ହରି ହରି ବୋଲି ନିରତେ, ଦିବାନିଶି ବଞ୍ଚିବି | (୩୮) ଭକତଙ୍କ ଭୃତ୍ୟ ହୋଇଣ, ବୁଲୁଥିବି ନିରତେ, ଅଚ୍ୟୁତ ଦାସର ମାନସ, ପୁର୍ଣ କରାଅ ଚିତ୍ତେ | (୩୯) .ଅଚ୍ୟୁତ ଦାସର ମାନସ, ପୁର୍ଣ କରାଅ ଚିତ୍ତେ.. .ଅଚ୍ୟୁତ ଦାସର ମାନସ, ପୁର୍ଣ କରାଅ ଚିତ୍ତେ. .ଇତିଶ୍ରୀ ନବମ ଗୁଜ୍ଜରୀ ସଦା ଜୟ ସମ୍ପୂର୍ଣ.. .ବିହାର କରନ୍ତି ଅଚ୍ୟୁତ ପଦ୍ମ ବନ ମଧ୍ୟେଣ. .ବିହାର କରନ୍ତି ଅଚ୍ୟୁତ ପଦ୍ମ ବନ ମଧ୍ୟେଣ. .ବିହାର କରନ୍ତି ଅଚ୍ୟୁତ ପଦ୍ମ ବନ ମଧ୍ୟେଣ.