У нас вы можете посмотреть бесплатно ବାପ ପୁଅ ମିଶି ହଡ଼ପ କରୁଥିଲେ , ଶିକ୍ଷକଙ୍କ ନାଁରେ ପେନସନ୍ ଟଙ୍କା ! Pradeep Mohanty arrested by Vigilance или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ବାପ ପୁଅ ମିଶି ହଡ଼ପ କରୁଥିଲେ , ଶିକ୍ଷକଙ୍କ ନାଁରେ ପେନସନ୍ ଟଙ୍କା ! ସରକାରୀ ଅର୍ଥ ଆତ୍ମସାତ କରି କୋଲକାତା ଫେରାର୍ ମାରୁଥିଲେ, ସ୍ୱାମୀ ସ୍ତ୍ରୀଙ୍କୁ ଭଦ୍ରକରୁ ଗିରଫ କଲା କଟକ ଭିଜିଲାନ୍ସ l ସରକାରୀ ଅର୍ଥ ଆତ୍ମସାତ ମାମଲାରେ କଟକ ଭିଜିଲାନ୍ସ ଭଦ୍ରକରୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ ମହାନ୍ତି ଏବଂ ମାମଲାରେ ଜଡିତ ଅନ୍ୟତମ ଅଭିଯୁକ୍ତ ପ୍ରଦୀପଙ୍କ ପତ୍ନୀ ଗୀତାରାଣୀ ମହାନ୍ତିଙ୍କୁ ଗିରଫ କରିଛି। ଉଭୟ ନିଜ ପରିବାର ସହ ସଂପୃକ୍ତ ଘରୋଇ ହୋଟେଲରୁ ବାହାରି କଲିକତା ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଷ୍ଟେସନ ସମ୍ମୁଖରୁ ଉଭୟଙ୍କୁ ଗିରଫ କରିଛି। ଗତକାଲି ଦମ୍ପତ୍ତିଙ୍କ ପୁଅ ତଥା କ୍ଷୁଦ୍ର ଅର୍ଥ ଲଗାଣ ସଂସ୍ଥାର ମୁଖ୍ୟ ପରିଚାଳକ ମାତୃ ପ୍ରସାଦ ମହାନ୍ତିଙ୍କୁ ଗିରଫ କରି ଭିଜିଲାନ୍ସ କୋର୍ଟ ରେ ହାଜର କରିଛନ୍ତି l ତାଙ୍କ ବିରୁଦ୍ଧରେ ସାଢେ ୫ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ କ୍ରମେ ଭିଜିଲାନ୍ସ ଏମାନଙ୍କୁ ଗିରଫ କରିଛି l ଏହି ଅର୍ଥ ଆତ୍ମସାତ ଯାଜପୁର ଜିଲ୍ଲା କୋରେଇ ବ୍ଲକ ଏଜୁକେଶନ ଅଫିସରେ ହୋଇଥିବା ଜଣାପଡିଛି। ସୂଚନା ଅନୁଯାଇ ମାତୃପ୍ରସାଦଙ୍କ ବାପା ପ୍ରଦୀପ ମହାନ୍ତି ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହୋଇଥିଲେ ମଧ୍ୟ ସେ କୋରେଇ ବିଇଓ ଅଫିସ ରେ ପୁନଃ ନିଯୁକ୍ତି ଥିବା ବେଳେ ୧୩ ଜଣ ଚାକିରୀରେ ଥିବା ଶିକ୍ଷକଙ୍କ ଙ୍କ ଜାଲ ଆଇଡି ପ୍ରସ୍ତୁତ କରି ସେମାନଙ୍କୁ ସରକାରୀ ଅବସରପ୍ରାପ୍ତ ଶିକ୍ଷକ ଦର୍ଶାଇ ସେମାନଙ୍କ ନାମରେ ନିୟମିତ ପେନସନ ଅର୍ଥ ଉଠାଉଥିଲେ l ଯାହାକି ପ୍ରଦୀପ ଏବଂ ତାଙ୍କ ପୁଅ ମାତୃପ୍ରସାଦଙ୍କ ବ୍ୟାଙ୍କ ଜମାଖାତା ଲେଣ ଦେଣ ରୁ ଜଣାପଡିଛି l କେବଳ ଏହି ବାପ ପୁଅ ନୁହଁନ୍ତି ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ବିଭିନ୍ନ ଏସବିଆଇ ବ୍ୟାଙ୍କ ଶାଖାରେ ଏହି ଜାଲ ଅର୍ଥ କାରବାର ହୋଇଥିବା ଭିଜିଲାନ୍ସ ନଜରକୁ ଆସିଛି l Pradeep Mohanty arrested by Vigilance #bhadrak #OdishaVigilance #PensionScam #Bhadrak #FinancialFraud #OdishaNews #CorruptionFreeOdisha #Embezzlement #BankingNews Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha