У нас вы можете посмотреть бесплатно ଅନନ୍ୟ ଆଦିବାସୀ ପାରମ୍ପରିକ ପୂଜା "ସଇଜାଟି କିନୋ" କନ୍ଧ ସମ୍ପ୍ରଦାୟ ରାୟଗଡ଼ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଆଜି ନିଜ ବିଦ୍ୟାଳୟ ଅଭିମୁଖେ ଯାଉଥିବା ବେଳେ ଗାଡ଼ି ସେଶ୍ଖାଲ ନିକଟରେ ଦେଖିଲି ଗୋଟିଏ ସ୍ବତନ୍ତ୍ର ପୂଜା। ଗାଡ଼ିରୁ ଓହ୍ଲେଇ ପ୍ରଣାମ କଲି, ବିନମ୍ରତାର ସହ ତାଙ୍କ ପୂଜା ରେ ସାମିଲ ହୋଇ ପଚାରିଲି ପୂଜା କେଉଁ କାରଣ ପାଇଁ କରାଯାଉଛି। ନବଜାତ ଶିଶୁକୁ ପ୍ରଥମ ଥର ପାଇଁ ତାଙ୍କ ବାପାମାଆ ବାହାରକୁ ନେଇ ଆସିଥିଲେ।ମୋତେ ଲାଗୁଥିଲା ଯେମିତି ଆମ ସନାତନ ପରମ୍ପରାର ନିଷ୍କ୍ରମଣ ବିଧି ଭଳି,ଯେଉଁଥିରେ ପ୍ରଥମ ଥର ପାଇଁ ଛୁଆ ବାହାରକୁ ଆସେ।ଅନେକ କିଛି କହିଲେ ମୁଁ ବୁଝିବାରେ ଟିକେ ସମୟ ନେଲି। ପରେ ମୋର୍ ଜଣେ ପରିଚିତ ସାର୍ ଶ୍ରୀ କମ୍ବୁ ହିକକା ସାର୍ ଙ୍କୁ ଭିଡ଼ିଓ ପଠେଇ ପଚାରିଲି ଆଉ ସିଏ ମୋତେ ସମ୍ପୂର୍ଣ୍ଣ ବିବରଣୀ ଦେଲେ। ଏହି ଅନନ୍ୟ ପୂଜାର ନାମ ହେଉଛି "ସଇଜାଟି କିନୋ" ଅର୍ଥାତ୍ ଆସ ସଙ୍ଗାତ ବାନ୍ଧିବା। କନ୍ଧ ସମ୍ପ୍ରଦାୟରେ ଦମ୍ପତ୍ତିଙ୍କ କୋଳ ମଣ୍ଡନ କରି ନବଜାତ ଶିଶୁ ଧରାପୃଷ୍ଠକୁ ଆସିବା ପରେ ଜନଜାତିର ପାରମ୍ପରିକ ଜ୍ୟୋତିଷ ଭୂମିକାରେ ଦିଶାରୀ ଗ୍ରହ ନକ୍ଷତ୍ର ଗଣନା କରି ପିଲାଟିର ଜାତକ ଅର୍ଥାତ୍ ପାଞ୍ଜି ପ୍ରସ୍ତୁତ କରନ୍ତି।କିଛି ଅସୁବିଧା ଥିଲେ ଗଣନା କରି ନିର୍ଦ୍ଦିଷ୍ଟ ଲଗ୍ନ ବା ବେଳାରେ ପୂଜାପାଠ କରିବା ପାଇଁ ଲଗ୍ନ ନିର୍ଦ୍ଧାରଣ କରନ୍ତି।ଏହି ଭିଡ଼ିଓରେ ଯାହା ଆପଣ ମାନେ ଦେଖୁଛନ୍ତି ନବଜାତ ଶିଶୁଟିର ରିଷ୍ଟ ଖଣ୍ଡନ ପାଇଁ "ସଇଜାଟି କିନୋ" ପୂଜା ବିଧି ଚାଲିଥିଲା।ଆଦିବାସୀ ମାନେ ଶକ୍ତିର ଦେବତା ଅର୍ଥାତ୍ ସମସ୍ତ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ଓ ଦୈବୀ ଦୁର୍ବିପାକର ରକ୍ଷକ "ଲଦା ଦେବତା" ଙ୍କୁ ଅତି ଭକ୍ତି ଏବଂ ଆବେଗର ସହ ପୂଜା କରନ୍ତି, ବିନତି ମିନତି ପ୍ରଣତି ଢ଼ାଳି "ପାଟ ବେଜୁଣି ବା ଗୁରୁ ମାଇଁ " ନିଜ ଅନନ୍ୟ ପୂଜା ବିଧି ମାଧ୍ୟମରେ ମନ୍ତ୍ର ପଢ଼ି ପୂଜା କରନ୍ତି।ତାଙ୍କ ନିକଟରେ ବେଜୁଣୀ ଅର୍ଥାତ୍ ପୁରୋହିତା ତଥା ପୂଜାରିଣୀ ମଧ୍ୟ ରହିଥାନ୍ତି। ଏହି ପୂଜା ଦ୍ଵାରା ନବଜାତ ଶିଶୁ ର ସମସ୍ତ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ତଥା ଦୈବୀ ଦୁର୍ବିପାକରୁ ରକ୍ଷା ପାଇବା ସକାଶେ ଶିଶୁ ସହ ସର୍ବ ଶକ୍ତିମାନ ଲଦା ଭଗବାନଙ୍କ ସଙ୍ଗାତ ବନ୍ଧାଯାଏ।ଏବଂ ବିଶ୍ୱାସ ଥାଏ ଏହି ପୂଜା ପରେ କୌଣସି ଅନିଷ୍ଟ ହୁଏ ନାହିଁ ଏବଂ ନବଜାତ ଶିଶୁର ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ। ସତରେ ଆମ ଆଦିବାସୀ ଜାତି କେତେ ମାଟି ମନସ୍କ। ପ୍ରକୃତିର ପୂଜକ।କେତେ ବିନମ୍ର, କେତେ ମହାନ୍। ଚାଲନ୍ତୁ ଆମ ମାଟିର ଆଦ୍ୟ ଜାତି ଆମ ଗର୍ବ ଗୌରବ ଆଦିବାସୀଙ୍କ ସମସ୍ତ ପାରମ୍ପରିକ ପୂଜା, ବିଧି,ସଂସ୍କୃତି,ନୃତ୍ୟ ,ଗୀତ ର ରକ୍ଷା ପାଇଁ ନିଜ ନିଜ ସ୍ଥାନରୁ ଚେଷ୍ଟା କରିବା।