У нас вы можете посмотреть бесплатно ମୋକିମ୍ ଯୁବ ଶକ୍ତିଙ୍କୁ ଦେଲେ ବଡ଼ ଆହ୍ବାନ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#ମହମ୍ମଦମୋକିମ, #କଟକ, #ଯୁବଶକ୍ତି, #ଓଡ଼ିଶା, #କଂଗ୍ରେସ, #ବାରବାଟୀ, ମୋକିମଙ୍କ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସୋଫିଆ। ମୋକିମଙ୍କ ନୂଆ ଦଳ ଗଠନ ପୂର୍ବରୁ ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ପାଇଁ ପଡ଼ିଲା ମୂଳଦୁଆ। ଜାତୀୟ ଯୁବ ଦିବସରେ ଯୁବ ଗୋଷ୍ଠୀଙ୍କୁ ନେଇ ଶକ୍ତି ପ୍ରଦର୍ଶନ କଲେ ମୋକିମ୍।ମାର୍ଚ୍ଚରେ ନୂଆ ଦଳ ଗଢ଼ିବେ ବାରବାଟୀ କଟକ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ । ଏଥିପାଇଁ ସରିଛି ସବୁ ପ୍ରକାର ପ୍ରସ୍ତୁତି । ନୂଆ ଦଳ ଘୋଷଣା ନେଇ ସ୍ପଷ୍ଟୀକରଣ ଦେଇସାରିଛନ୍ତି ଖୋଦ୍ ମୋକିମ୍ । ତେବେ ଦଳ ଘୋଷଣା ପୂର୍ବରୁ ଶକ୍ତି ପ୍ରଦର୍ଶନ କରିଛନ୍ତି ମହମ୍ମଦ ମୋକିମ୍ । ମୋକିମ୍ଙ୍କ ନୂଆ ଦଳ ଗଠନ ପୂର୍ବରୁ ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ପାଇଁ ପଡ଼ିଲା ମୂଳଦୁଆ । ଜାତୀୟ ଯୁବ ଦିବସରେ ଯୁବଗୋଷ୍ଠୀଙ୍କୁ ନେଇ ଶକ୍ତି ପ୍ରଦର୍ଶନ କଲେ ମୋକିମ୍ । ରୋଚକ କଥା ହେଉଛି ମୋକିମଙ୍କ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କଂଗ୍ରେସ ବିଧାୟିକା ତଥା ଝିଅ ସୋଫିଆ ଫିର୍ଦୋଷ। ଏଆଇଏସ୍ଏଫ୍ ରାଜ୍ୟସଭାପତି ସଂଘମିତ୍ରା ଜେନା ବି ଉପସ୍ଥିତ ଅଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୋକିମ୍ କହିଛନ୍ତି ଓଡ଼ିଶାର ବିକାଶ ପାଇଁ ଯୁବ ଗୋଷ୍ଠୀର ଆବଶ୍ୟକତା ରହିଛି। ମାର୍ଚ୍ଚ ମାସରେ ନୂଆ ଦଳ ଗଠନ ହେବ। ରାଜ୍ୟର ବିକାଶ ପାଇଁ ଯୁବକ ମାନଙ୍କ ଆବଶ୍ୟକତା ଥିବାରୁ ଆଗାମୀ ଦିନରେ ନୂଆ ଦଳର ଆବଶ୍ୟକତା ରହିଛି।ରାଷ୍ଟ୍ରୀୟ ଯୁବ ଦିବସରେ ନୂଆ ଦଳ ଘୋଷଣା କରିପାରନ୍ତି ମହମ୍ମଦ ମୋକିମ୍ । ବଦଳିପାରେ ଓଡ଼ିଶା ରାଜନୀତିର ପାଣିପାଗ । ମୋକିମ୍ଙ୍କ ରାଜନୈତିକ କ୍ୟାରିୟର ଆଜି ନୂଆ ମୋଡ଼ ନେଇଛି । ଯୁବ ସମାବେଶ ଜରିଆରେ ଶକ୍ତି ପ୍ରଦର୍ଶନ କରିଛନ୍ତି ମୋକିମ୍ ।ଅନ୍ୟପକ୍ଷରେ ଖୋଲା ମଞ୍ଚରେ ବାପାଙ୍କୁ ପ୍ରଶଂସାରେ ପୋତିଲେ ଝିଅ ତଥା କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ସେ କହିଛନ୍ତି, ମୋକିମ ଫାଉଣ୍ଡେସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବକଙ୍କୁ ପ୍ରେରଣା ଦେଇଥିବାରୁ ଧନ୍ୟବାଦ । ରାଜନୀତିରେ ପାଦ ଦେବା ଆଗରୁ ବାପା କଟକବାସୀଙ୍କ ସେବା କରୁଥିଲେ । ଏବେ କଟକବାସୀ ମୋତେ ବିଧାୟିକା କରିଛନ୍ତି । ଦେଶକୁ ଗଢିବା ପାଇଁ ଆମ ସମସ୍ତ ଯୁବକଙ୍କୁ ଏକ ହେବାକୁ ପଡ଼ିବ । ବାପା ଗୋଟିଏ ମୁଦ୍ଦା ନେଇ ଆଗକୁ ବଢିଲେ କେହି ତାଙ୍କୁ ଅଟକାଇ ପାରିବେ ନାହିଁ । ନ ଡରି ବାପାଙ୍କ ଲଢେଇରେ ସମସ୍ତଙ୍କୁ ସାମିଲ ହେବାକୁ ପଡ଼ିବ ।