У нас вы можете посмотреть бесплатно Utkala Bidyapitha Sarakari Ucha Bidyalaya Annual Function (Lathi) Ganjam или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଲାଠୀ ଉତ୍କଳ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟର ୪୨ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଲାଠୀ ତା- ୧୨-୦୨-୨୦୨୬ ଲାଠୀସ୍ଥ ଉତ୍କଳ ବିଦ୍ୟାପୀଠ ସରକାରୀ ଉଚ୍ଚ ବିଦ୍ୟାଳୟର ୪୨ ତମ ପୁରସ୍କାର ବିତରଣ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁକୁଡ଼ା ଖଣ୍ଡିଏ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ପଲ୍ଲବୀ ସ୍ବାଇଁ ନାରୀ ବା ଛାତ୍ରୀ ମାନଙ୍କ ସାହସିକତା ଓ ସବୁକ୍ଷେତ୍ରରେ ଶ୍ରେଷ୍ଠତା ଆଜି ଜଣକୁ ରାଷ୍ଟ୍ରପତି କରାଇବା ସହିତ ଜଣେ ଶାରୀରିକ ଅକ୍ଷମଙ୍କୁ ପର୍ବତ ଶିଖରରେ ପହଞ୍ଚାଇ ପାରିଛି ବୋଲି ଉଦାହରଣ ଦେଇ ବୁଝାଇ ଥିଲେ। ପଞ୍ଚାୟତ ସମିତି ଉପାଧ୍ୟକ୍ଷା ବିଷ୍ଣୁ ପ୍ରିୟା ପାତ୍ର ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ସାମୂହିକ ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସହଯୋଗ କାମନା କରିବା ସହିତ ନିଜେ ୫ ହଜାର ଟଙ୍କା ଦାନ କରିଥିଲେ। ୯ ନଂ ଓ୍ବାର୍ଡ ଜିଲ୍ଲା ପରିଷଦ ସଦସ୍ୟା ମମତା ଦାସ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ବିଷୟରେ ବୁଝିଥିଲେ।ଲାଠୀ ସରପଞ୍ଚ ରାଧାମୋହନ ସେଠୀ, ସମିତି ସଭ୍ୟ ଜଗନ୍ନାଥ ଭୂୟାଁ, ଓ୍ବାର୍ଡ ସଭ୍ୟ ଜଗନ୍ନାଥ ଗୈଡ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ବାର୍ଷିକ ବିବରଣୀ ପାଠ କରି ବର୍ଷ ଯାକର ସଫଳତା ସହିତ ସମସ୍ୟା ବିଷୟ ଉପସ୍ଥାପନ କରିଥିଲେ। ପୁରାତନ ଛାତ୍ର ସଂସଦ ସଭାପତି ଆଶିଷ କୁମାର ସାବତଙ୍କ ଉଦ୍ୟମକ୍ରମେ ଏଭଳି ଭବ୍ୟ ଆୟୋଜନ ହୋଇଥିବାରୁ ସମସ୍ତେ କୃତଜ୍ଞତା ଜ୍ଞାପନ କରିଥିଲେ। ପରିଚୟ ପ୍ରଦାନ କରିଥିଲେ ସହକାରୀ ଶିକ୍ଷୟିତ୍ରୀ ସ୍ମୃତିଞ୍ଜନା ପଣ୍ଡା। ଉତ୍ସବରେ ପୂର୍ବତନ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ତ୍ରିପାଠୀଙ୍କୁ ଲାଠୀ ବଣିକ ସଂଘ ସ୍ମୃତି ପାଣ୍ଠିରୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ଆଲମୁନି ମାନଙ୍କ ସହାୟତାରେ ବିଦ୍ୟାଳୟ ର ପୁରାତନ ଛାତ୍ର ଦ୍ବୟ ଅବସରପ୍ରାପ୍ତ ସ୍ଥଳସେନା ଯନ୍ତ୍ରୀ ଲିଙ୍ଗରାଜ ପାତ୍ର ଓ ନୈସେନା କମାଣ୍ଡୋ ଦିଲ୍ଲୀପ କୁମାର ପାଢୀଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ୧୦ମ ବୋର୍ଡ଼ ପରୀକ୍ଷାରେ ସର୍ବୋଚ୍ଚ ଅଙ୍କ ରଖିଥିବା, କ୍ରୀଡ଼ାରେ ଚମ୍ପିୟାନ ହୋଇଥିବା ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପ୍ରମାଣପତ୍ର ଓ ପୁରସ୍କାର ବିତରଣ କରିଥିଲେ। ପୁରାତନ ଛାତ୍ର ଅବସର ପ୍ରାପ୍ତ ବାୟୁସେନା ସେବକ ରବିନାରାୟଣ ପଣ୍ଡା ନିଜପିତା ତଥା ଏହି ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ସ୍ଵର୍ଗତ ରାଜୀବ ପଣ୍ଡାଙ୍କ ସ୍ମୃତି ଉଦ୍ଦେଶ୍ୟରେ ୨୦ ହଜାର ଟଙ୍କା ଦାନ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ବାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନୃତ୍ୟ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରାଇଥିଲା। ହିନ୍ଦୀ ଶିକ୍ଷକ ଅବନ୍ତି ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସମସ୍ତଙ୍କ ପାଇଁ ସୁସ୍ବାଦୁ ଭୋଜନ ବ୍ୟବସ୍ଥା କରାଯାଇଥିଲା।