У нас вы можете посмотреть бесплатно ଭାରତ ମୁକ୍ତି ମୋର୍ଚ୍ଚାର ଚାରି ଚରଣ ଆନ୍ଦୋଳନକୁ ସଫଳ କରନ୍ତୁ। или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଭାରତ ମୁକ୍ତି ମୋର୍ଚ୍ଚା, ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ଓ ଏହାର ସହଯୋଗୀ ସଂଗଠନ ପକ୍ଷରୁ ୪ ଚରଣ ଆନ୍ଦୋଳନ ଡ଼ାକରା ଦିଆଯାଇଛି। ପ୍ରଥମ ଚରଣ ୬ ମାର୍ଚ୍ଚ ୨୦୨୬ ଜ୍ଞାପନ ପତ୍ର ପ୍ରଦାନ ଦ୍ବିତୀୟ ଚରଣ ୧୩ ମାର୍ଚ୍ଚ ଜିଲ୍ଲା ମୁଖ୍ୟାଳୟରେ ଧାରଣା ତୃତୀୟ ଚରଣ ୨୩ ମାର୍ଚ୍ଚ ଜିଲ୍ଲା ମୁଖ୍ୟାଳୟରେ ରେଲି ଚତୁର୍ଥ ଚରଣ ୨୩ ଏପ୍ରିଲ (ଭାରତ ବନ୍ଦ) ଦାବି ଗୁଡ଼ିକ ହେଉଛି ୧. କେନ୍ଦ୍ର ସରକାର କ୍ୟାବିନେଟ୍ ରେ ଓବିସି ର ଜାତି ଆଧାରିତ ଜନଗଣନାର ନିଷ୍ପତ୍ତି କରିଥିବା ସତ୍ତ୍ୱେ ମଧ୍ୟ ଜନଗଣନା ନୋଟିଫିକେସନ୍ ରେ ଓବିସି ର ଜାତିଗୁଡ଼ିକର କଲମ୍ ଦିଆଯାଇ ନାହିଁ । ଘୋଷଣା କରିବା ପରେ ମଧ୍ୟ ଓବିସି ର ଜାତି କଲମ୍ ନ ଦେବା ଓବିସି ସହିତ ଧୋଖାଧଡ଼ି ଅଟେ । ତେଣୁ ଏହି ବର୍ଷରୁ ଆରମ୍ଭ ହେଉଥିବା ରାଷ୍ଟ୍ରୀୟ ଜନଗଣନାରେ ଓବିସି ଏବଂ ଜାତି ର କଲମ୍ ଯୋଡ଼ାଯାଉ । ୨. ପୂର୍ବରୁ ଦୁର୍ବଳ UGC ଇନଷ୍ଟିଟ୍ୟୁଟ୍ ରେଗୁଲେସନ୍ ଆଇନ୍ ତିଆରି କରିବା ଏବଂ ପରେ ସୁପ୍ରିମ୍ କୋର୍ଟରେ ଏହାକୁ ଆହୁରି ଦୁର୍ବଳ କରି ତାହା ଉପରେ ରୋକ୍ ଲଗାଇବା ଏସସି-ଏସଟି ଓବିସି ସହିତ ଧୋଖାଧଡ଼ି ଅଟେ । ଅତଏବ ଏସସି-ଏସଟି ଓବିସି ର ସମର୍ଥନରେ କଠୋର UGC ଇନଷ୍ଟିଟ୍ୟୁଟ୍ ରେଗୁଲେସନ୍ ତିଆରି କରି ତୁରନ୍ତ ଲାଗୁ କରାଯାଉ । ୩. ୨୦୧୧ ପୂର୍ବରୁ ନିଯୁକ୍ତ ସମସ୍ତ ଶିକ୍ଷକଙ୍କୁ ଶିକ୍ଷକ ପାତ୍ରତା ପରୀକ୍ଷା (TET) ରୁ ମୁକ୍ତ କରାଯାଉ । ୪. ଓଡ଼ିଶାରେ ରିଜର୍ଭେସନ ଆଇନ୍ କୁ ପୂର୍ଣ୍ଣ ରୁପରେ କାର୍ଯ୍ୟକାରୀ କରାଯାଉ ନଥିବାରୁ ହଜାର ହଜାର SC, ST, OBC ଉଚ୍ଚ ଶିକ୍ଷିତ ଯୁବକ ଯୁବତୀମାନେ ସରକାରୀ ଚାକିରୀରୁ ବଞ୍ଚିତ ରହୁଛନ୍ତି । ସରକାରୀ ଚାକିରୀ ଯାହା କେବଳ ବେତନଭୋଗୀ ନୁହେଁ, ରାଜ୍ୟର ପ୍ରଶାସନିକ ସେବାରେ SC, ST, OBC ବର୍ଗର ଭାଗୀଦାରୀ ଅଟେ । ଏହି ବିଷୟ ୨୯ ନଭେମ୍ବର ୨୦୨୪ ଓଡ଼ିଶା ବିଧାନସଭାରେ ମଧ୍ୟ ଆଲୋଚନା ହୋଇ ସାରିଛି । ଏଥିରୁ ଯାହା ପ୍ରମାଣ ମିଳିଛି ଜାତି ଜନଗଣନା ଓ ସଂଖ୍ୟା ଅନୁପାତରେ ପ୍ରତିନିଧିତ୍ୱ ବ୍ୟବସ୍ଥାକୁ ଲାଗୁ କରାଯାଉନଥିବାରୁ ଓଡ଼ିଶାର ଲକ୍ଷାଧିକ ସରକାରୀ ଚାକିରିରେ SC, ST, OBC ଙ୍କ ଭାଗୀଦାରି ହରାଇବାକୁ ପଡିଛି । ତେଣୁ ଓଡିଆ ରିଜର୍ଭେସନ ଆଇନ୍ କୁ ପୂର୍ଣ୍ଣ ରୁପରେ କାର୍ଯ୍ୟକାରୀ ଓ ବିହାର ଭଲି ଜାତି ଜନଜାତି ଆଧାରରେ ପ୍ରତିନିଧିତ୍ଵ ଦିଆଯାଉ। ୫. ଟେକ୍ନିକାଲ ଏଜୁକେସନରେ OBC ବର୍ଗଙ୍କ ପାଇଁ ଆରକ୍ଷଣ ବ୍ୟବସ୍ଥା ଲାଗୁ ନକରିବା, ଓଡ଼ିଶା ସରକାରଙ୍କ ଦ୍ୱାରା OBC ବର୍ଗର ଛାତ୍ରଛାତ୍ରୀ ମାନଙ୍କ ସହିତ ଧୋଖାଧଡ଼ି ଅଟେ । ଏହାଫଳରେ OBC ବର୍ଗର ହଜାର ହଜାର ଛାତ୍ରଛାତ୍ରୀ ଡାକ୍ତର, ଇଞ୍ଜିନିୟର ଭଲି ପଦପଦବୀରୁ ବଞ୍ଚିତ ହେଉଛନ୍ତି । ଏହା ସହିତ SC, ST ମାନଙ୍କୁ ମଧ୍ୟ ଏଥିରେ କମ୍ ଦିଆଯାଉଛି, ଯାହା ଫଳରେ ଶହ ଶହ SC, ST ଡାକ୍ତର ଓ ଇଞ୍ଜିନିୟର ହେବାରୁ ବଞ୍ଚିତ ହେଉଛନ୍ତି । ତେଣୁ ନୂତନ ଶିକ୍ଷାବର୍ଷ ୨୦୨୬-୨୭ ଠାରୁ ଟେକ୍ନିକାଲ ଏଜୁକେସନରେ ଆରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉ। ୬. ଜାତି ଜନଗଣନା ଓ ସଂଖ୍ୟା ଅନୁପାତରେ ପ୍ରତିନିଧିତ୍ୱ ଲାଗୁ ନକରିବାରୁ OBC ବର୍ଗଙ୍କ ପ୍ରତି ରାଜନୈତିକ ଅନ୍ୟାୟ ହେଉଛି । ଗ୍ରାମପଞ୍ଚାୟତ ନିର୍ବାଚନରୁ ଆରମ୍ଭ କରି ସାଂସଦ ପର୍ଯ୍ୟନ୍ତ OBC ଙ୍କ ଭାଗୀଦାରୀ ରହୁନାହିଁ । ଓଡ଼ିଶାର ୨୧ ଟି ଲୋକସଭା ଆସନରୁ SC, ST ଙ୍କ ପାଇଁ ୮ ଟି ସଂରକ୍ଷିତ ଥିବା ବେଳେ ଅନ୍ୟ ୧୩ ଟି ଆସନରେ ନିର୍ଦିଷ୍ଟ ଜାତିର କବ୍ଜା ରହିଛି । OBC ବର୍ଗର ଭାଗୀଦାରୀ ନାହିଁ । ତେଣୁ ଗ୍ରାମପଞ୍ଚାୟତ ଠାରୁ ଲୋକସଭା ଆସନ ପର୍ଯ୍ୟନ୍ତ ଓବିସି ଙ୍କୁ ସଂଖ୍ୟା ଅନୁପାତରେ ପ୍ରତିନିଧିତ୍ଵ ଦିଆଯାଉ। ୭. ସମ୍ବିଧାନର ମୌଳିକ ଅଧିକାର (ଧାରା ୨୧,କ) ଏବଂ RTE Act 2009 ପ୍ରାଥମିକ ଶିକ୍ଷାକୁ ବାଧ୍ୟତାମୂଳକ କରିଥିବା ସତ୍ତ୍ୱେ, ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୨୦ ରେ ଏକ ଆଇନ୍ ଆଣି ୫୬୩୩ ଟି ପ୍ରାଥମିକ ବିଦ୍ୟାଳୟକୁ ମିଶ୍ରଣ ନାମରେ ବନ୍ଦ କରିଦେଇଛନ୍ତି । ଯାହା ଫଳରେ ଦେଶର ଭବିଷ୍ୟତ ପିଢ଼ି ଛାତ୍ରଛାତ୍ରୀ ମାନେ ଶିକ୍ଷାରୁ ସମ୍ପୂର୍ଣ୍ଣ ବଞ୍ଚିତ ରହିବେ । ତେଣୁ ତୁରନ୍ତ ବନ୍ଦ କରାଯାଇଥିବା ବିଦ୍ୟାଳୟ ଗୁଡ଼ିକୁ ପୁନଃ ଆରମ୍ଭ କରାଯାଉ। (୮) ଧାର୍ମିକ ସ୍ୱାଧୀନତା ଓ ସଂଖ୍ୟାଳଘୁ ସମ୍ପ୍ରଦାୟ ଉପରେ ହସ୍ତକ୍ଷେପ: ସମ୍ବିଧାନର ଅନୁଚ୍ଛେଦ ୨୫ ଦ୍ୱାରା ନିର୍ଦ୍ଧାରିତ ଧାର୍ମିକ ସ୍ୱାଧୀନତାକୁ ଓଡ଼ିଶାରେ BJP ସରକାର ଆସିବା ଦିନଠାରୁ RSS-BJP ପକ୍ଷରୁ ନିଜର ସ୍ୱାର୍ଥରେ ବ୍ୟବହାର କରୁଛନ୍ତି। ଖ୍ରୀଷ୍ଟିଆନ ଓ ମୁସଲମାନ ସମ୍ପ୍ରଦାୟର ଧର୍ମାନ୍ତରୀତ ଅଳ୍ପସଂଖ୍ୟକମାନଙ୍କୁ ନମାଜ/ପ୍ରାର୍ଥନା ସମୟରେ ଆକ୍ରମଣ କରାଯାଉଛି, ଜୋରଜବରଦସ୍ତି ଧର୍ମାନ୍ତରଣର ମିଥ୍ୟା ଆରୋପ ଲଗାଇ ଚର୍ଚ୍ଚ ଓ ମସଜିଦ ଉପରେ ଆକ୍ରମଣ, ମୃତଦେହ ଦଫନ/ସମାଧିରେ ବାଧା, ଗୋ-ରକ୍ଷା ନାମରେ ମବ୍ ଲିଞ୍ଚିଂ ଓ ହିଂସା କରାଯାଉଛି ଭଲି ଘଟଣା ଦିନ ପ୍ରତିଦିନ ବଢାବାରେ ଲାଗାଛି। ଆମେ ଦାବୀ କରୁଛୁ ଏହିଭଳି ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଆଇନ୍ ର ବ୍ୟବସ୍ଥା କରାଯାଉ। (୯) ଆଦିବାସୀ ସମ୍ପ୍ରଦାୟ ଉପରେ ହସ୍ତକ୍ଷେପ ଓ ବ୍ରାହ୍ମଣବାଦୀ ବ୍ୟବସ୍ଥାର ସ୍ଥାପନା: RSS-BJP ଦ୍ବାରା ଆଦିବାସୀଙ୍କ ଧାର୍ମିକ ସ୍ୱାଧୀନତାରେ ହସ୍ତକ୍ଷେପ କରୁଛନ୍ତି, ବହୁରାଷ୍ଟ୍ରୀୟ କମ୍ପାନୀଙ୍କୁ ଖଣି-ଖାଦାନ ଦେଇ ଆଦିବାସୀଙ୍କୁ ବିସ୍ଥାପିତ କରୁଛନ୍ତି, ଅଧିକାର ପାଇଁ କହିଲେ ସେମାନଙ୍କୁ ମିଥ୍ୟା କେସ କରାଯାଉଛି। ଏହା ମୂଳ ନିବାସୀ ବହୁଜନ ସମାଜ ଉପରେ ବ୍ରାହ୍ମଣବାଦୀ ବ୍ୟବସ୍ଥାକୁ ବଳପୂର୍ବକ ସ୍ଥାପିତ କରିବାର ଷଡଯନ୍ତ୍ର ଅଟେ, ଏହର ଆମେ ବିରୋଧ କରୁଛୁ ଏବଂ ଆଦିବାସୀଙ୍କ ସଂସ୍କୃତି, ସଭ୍ୟତା ଓ ଅନୁସୂଚୀ ୫ ଓ ୬ ର ସୁରକ୍ଷା ଦାବି କରୁଛୁ। ଓଡ଼ିଶାର ମୂଳନିବାସୀ ବହୁଜନ ସମାଜର ଭାଇଭଉଣୀ ମାନଙ୍କୁ ଅନୁରୋଧ, ଆନ୍ଦୋଳନକୁ ସଫଳ କରନ୍ତୁ