У нас вы можете посмотреть бесплатно ବରଗଡ଼ରେ ନିଶା କାରବାର ଉପରେ ବୋଲଡୋଜର ଆକ୍ସନ: ଗୋବିନ୍ଦପାଲିରେ ଧୂଳିସାତ୍ ହେଲା ନିଶା ଆଡ୍ଡା или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ବରଗଡ଼ରେ ନିଶା କାରବାର ଉପରେ ବୋଲଡୋଜର ଆକ୍ସନ: ଗୋବିନ୍ଦପାଲିରେ ଧୂଳିସାତ୍ ହେଲା ନିଶା ଆଡ୍ଡା Bulldozer Action Against Drug Trade in Bargarh: Illegal Drug Den Destroyed in Gobindpali ବରଗଡ଼ ସହରରେ ବଢ଼ି ଚାଲିଥିବା ନିଶା କାରବାର ପୋଲିସ ପାଇଁ ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଥରେ ଥରେ ପୋଲିସ ଚଢ଼ାଉ କରି କଫ୍ ସିରପ୍, ମଦ, ବ୍ରାଉନ ସୁଗର ଓ ଗଞ୍ଜେଇ ପରି ନିଶା ଦ୍ରବ୍ୟ ଜବତ କରୁଥିବା ସତ୍ତ୍ୱେ ମଧ୍ୟ ଏହି ଅବୈଧ କାରବାର ଉପରେ ପୂରାପୂରି ଅଙ୍କୁଶ ଲାଗି ପାରିନାହିଁ। ଅନ୍ୟପକ୍ଷରେ ପୋଲିସ ଓ ଅବକାରୀ ବିଭାଗକୁ ଚ୍ୟାଲେଞ୍ଜ କରି ବରଗଡ଼ ଜିଲ୍ଲାର ଗାଁଠୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ନିଶା ବେପାରୀମାନେ ଅବାଧରେ ତାଙ୍କର କାରବାର ଚଳାଇ ଆସୁଛନ୍ତି। ଏହି ନିଶା କାରବାର ଫଳରେ ଲୁଟପାଟ, ଛୁରାମାଡ଼ ଓ ହତ୍ୟାକାଣ୍ଡ ଭଳି ଅପରାଧ ମଧ୍ୟ ବଢ଼ିବାକୁ ଲାଗିଛି। ଏହି ପରିପ୍ରେକ୍ଷିତରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଢ କରିବା ପାଇଁ ବରଗଡ଼ ପୋଲିସ ଏବେ ଆକ୍ସନ ମୋଡରେ ଦେଖାଯାଉଛି। ନିଶା କାରବାର ଚାଲିଥିବା ଆଡ୍ଡାସ୍ଥଳୀଗୁଡ଼ିକୁ ଚିହ୍ନଟ କରି ବୋଲଡୋଜର ମଡାଇ ସେଗୁଡ଼ିକୁ ଧ୍ୱଂସ କରାଯାଉଛି। ଗତ କିଛିଦିନ ତଳେ ବରଗଡ଼ ସହରର ଭଟଲି ଛକ ଓ ଦୋରାବନ୍ଧ ନିକଟରେ ଥିବା ନିଶା ଆଡ୍ଡାକୁ ବୋଲଡୋଜର ମଡାଇ ଭଙ୍ଗାଯାଇଥିଲା। ଏହାସହ ବରଗଡ଼ ସହରର ଗୋବିନ୍ଦପାଲି ଅଞ୍ଚଳରେ ମଧ୍ୟ ଏହି ପଦକ୍ଷେପ ଜାରି ରହିଛି। ଗତକାଲି ଏହି ଅଞ୍ଚଳର ଯୁବକମାନେ ଗୋବିନ୍ଦପାଲିକୁ ନିଶାମୁକ୍ତ କରିବା ଲକ୍ଷ୍ୟରେ ଅଭିଯାନ ଆରମ୍ଭ କରିଥିଲେ। ଆଜି ତାହାର ପରିଣାମ ସ୍ୱରୂପ ଗୋବିନ୍ଦପାଲିରେ ଥିବା ନିଶା କାରବାର ଆଡ୍ଡାସ୍ଥଳୀକୁ ବୋଲଡୋଜରରେ ଧୂଳିସାତ୍ କରାଯାଇଛି। ଏହି କାର୍ଯ୍ୟକୁ ସହରବାସୀମାନେ ସ୍ୱାଗତ କରିଥିବା ଦେଖାଯାଇଛି ଏବଂ ନିଶା ବିରୋଧରେ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଜାରି ରହିବାକୁ ଦାବି କରିଛନ୍ତି। The growing illegal drug trade in Bargarh town has become a major concern for the police. Despite frequent raids and seizures of intoxicating substances such as cough syrup, liquor, brown sugar, and ganja, authorities have not yet been able to completely control the illegal business. Meanwhile, drug traffickers continue to operate freely from villages to urban areas in Bargarh district, openly challenging both the police and the excise department. As a result, crimes such as robbery, stabbing incidents, and even murder cases have reportedly increased in the region. In response to the deteriorating law and order situation, Bargarh Police have now switched to action mode. Illegal drug dens are being identified and demolished using bulldozers to dismantle the network of narcotics trade. A few days ago, bulldozer action was taken against drug dens near Bhatli Chhak and Dorabandh in Bargarh town. Similarly, on Thursday, a drug den in the Gobindpali area of Bargarh was demolished. Notably, local youths had launched a campaign a day earlier to make Gobindpali a drug-free area. As a result of this initiative, authorities demolished the illegal drug hub in Gobindpali using a bulldozer. The action has been widely welcomed by residents of the city, who have demanded continued strict measures against the drug menace.