У нас вы можете посмотреть бесплатно ଫୁସଫୁସ କରି କହୁଥିବା ଖଜୁରୀ ଗଛ: Learn Odia with Subtitles - Story for Children "BookBox.Com" или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Mori helps her parents in their activities so that they can live in harmony with nature. Get our FREE App for Android: https://bit.ly/2oAUev9 and for iOS: https://apple.co/2Isv5th Odia AniBooks Playlist: • Odia AniBooks by BookBox | Official Playlist ଫୁସଫୁସ କରି କହୁଥିବା ଖଜୁରୀ ଗଛ ଦୀପା ଗଙ୍ଗବନୀ ଏବଂ ଟିନା ସୂଚନେକ ଙ୍କ ଦ୍ଵାରା ମୋରୀ ବାଦାମୀ ରଙ୍ଗ ଆଖି ଥିବା ଏକ ଛୋଟ ଝିଅ ଥିଲା। ସେ ଏକ ଛୋଟ ନୀଳ ରଙ୍ଗର ହ୍ରଦ ପାଖରେ ସୁନ୍ଦର ନଡ଼ିଆ ଗଛ ଥିବା ବଣରେ ନିଜ ପିତାମାତାଙ୍କ ସହିତ ରହୁଥିଲା। ପ୍ରତିଦିନ ସକାଳେ, ସେ ମୁଣ୍ଡରେ ଏକ ବଡ ଖାଲି ଟୋକେଇ ରଖି ହ୍ରଦକୁ ଯାଏ। ତା ମାଆ ଧୋବା ତୁଠକୁ ଯାଆନ୍ତି ଏବଂ ବାପା ବଡ ମାଛ ଧରିବା ଜାଲ ଆଣିଥାଆନ୍ତି। ତାଙ୍କ ବାପା ମାଛ ଧରିବାକୁ ଯାଇଥିବା ବେଳେ ହ୍ରଦ ପାଖରେ ଥିବା ଏକ ପଥରରେ ମାଆ ପୋଷାକ ଧୁଅନ୍ତି। ସେ ଜାଲ କୂଳକୁ ଟାଣି, ଏକ ବଡ଼ ଡାଲାରେ ମାଛ ସଂଗ୍ରହ କଲେ। ବେଳେବେଳେ ଏକ କଇଁଛ ଜାଲରେ ଫସି ଯାଏ, କିନ୍ତୁ ମୋରୀ ତାକୁ ସବୁବେଳେ ସାହାଯ୍ୟ କରିବାକୁ ତତ୍ପର ଥାଏ। ଗୋଟିଏ ଖରାଦିନ ସକାଳେ ତା’ ବାପାଙ୍କ ସହିତ ମାଛ ଧରିବାବେଳେ ମୋରି କହିଲା, “ଯଦି ଆମେ ଏତେ ମାଛ ଧରିବା, ଏକଦା ଆଉ କିଛି ରହିବ ନାହିଁ! ମାଆ ହସିଲେ ଏବଂ ହସିହସି ତାକୁ ସ୍କୁଲକୁ ପଠାଇଦେଲେ। ଗଛର ଛାଇ ତଳେ, ମୋରୀର ମାଆ ଏକ ଅଶାନ୍ତିଜନକ ନିଦ୍ରାରେ ଶୋଇପଡ଼ିଲେ। ସେ ମାଛ ନଥିବା ହ୍ରଦ ବିଷୟରେ ସ୍ୱପ୍ନ ଦେଖିଲେ, ଯେତେବେଳେ ଖଜୁରୀ ପତ୍ରରେ ଥିବା ପବନ ଫୁସ୍ଫୁସ୍ କରି କହିଲା, “ଜଳ ଏବଂ ଜମି ସବୁବେଳେ ତୁମର ପରିବାରର ଯତ୍ନ ନେଉଛି, ତେଣୁ ତୁମକୁ ପ୍ରତିବଦଳରେ ଏହାର ଯତ୍ନ ନେବାକୁ ପଡିବ।” ସେ ଉଠିବା ବେଳେ ତାଙ୍କ ଆଖିରେ ଲୁହ ଥିଲା, କାରଣ ସେ ଜାଣି ପାରୁନଥିଲେ ଯେ ପର୍ଯ୍ୟାପ୍ତ ପରିମାଣର ମାଛ ବିକ୍ରୟ ନକଲେ ସେ କିପରି ମୋରୀର ପାଳନପୋଷଣ କରିବେ। ଦିନ ଦ୍ୱିପ୍ରହରରେ ସେ ବସି ନଡ଼ିଆ ଚଟାଇ ବୁଣି ନିଜ ସ୍ୱପ୍ନ ବିଷୟରେ ଚିନ୍ତା କଲେ। ସେହି ଦିନ ରାତିରେ ମୋରି ନିଜ ବାପାମାଆ ଧୀରେ ଧୀରେ ପାଟିରେ କଥାବାର୍ତ୍ତା କରୁଥିବାର ଶୁଣିଲା ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୀପ ମଧ୍ୟ ଜଳୁଥିଲା। ପରଦିନ ସକାଳେ ତା’ ବାପା ତାକୁ ଏକ ଛୋଟ ଟୋକେଇ ଦେଲେ। “ଏହି ଛୋଟ ଟୋକେଇରେ ଆମେ ସମସ୍ତ ମାଛ କିପରି ନେବା?” ମୋରି ପଚାରିଲା। “ଆମେ ଏହି ଟୋକେଇରେ ଯେତିକି ମାଛ ରହିପାରିବ, ସେତିକି ମାଛ ଧରିବା।” ସେ ଉତ୍ତର ଦେଲେ। ମୋରୀ ଆଶ୍ଚର୍ଯ୍ୟ ହେଇଗଲା। ଯେତେବେଳେ ସେ ସ୍କୁଲରୁ ଆସିଲା, ସେତେବେଳେ ସେ ନିଜ ମା’ଙ୍କୁ ନଡ଼ିଆରୁ ସାବୁନ ଏବଂ ତେଲ ତିଆରି କରୁଥିବାର ଦେଖି ଖୁସି ହେଲା। ଅଧିକ ନଡ଼ିଆ ପାଇବା ଆଶାରେ ମୋରୀ ଶୀଘ୍ର ଏକ ଗଛ ଉପରକୁ ଚଢିଗଲା, କିନ୍ତୁ ତା ମାଆ ତାକୁ ସତର୍କ କରାଇ କହିଲେ: “ସେଗୁଡିକୁ ତୋଳନାହିଁ; ଗଛ ଆମକୁ ଯାହା ଦେଇଥାଏ କେବଳ ତାହା ବ୍ୟବହାର କରିବା ଉଚିତ୍।” ତା’ ବାପା ଆହୁରି କହିଲେ: “ଆମେ ଏହି ଜିନିଷ ତିଆରି କରିବା ପାଇଁ କେବଳ ତଳେ ପଡିଥିବା ନଡ଼ିଆ ଗୁଡିକୁ ନେଇଛୁ। ଦେଖ, ଆମେ ଏହି ସାବୁନକୁ ଏକ ମଲ୍ଲୀ ଫୁଲ ଦ୍ଵାରା ହିଁ ତିଆରି କରିଛୁ!” ସେହି ଦିନଠାରୁ, ଏହି ପରିବାର ଖଜୁରୀ ପତ୍ରରୁ ଝାଡୁ ତିଆରି କଲେ ଏବଂ ନଡିଆ କତାରୁ ଚଟାଇ ବୁଣିଲେ। ସେମାନେ ବଜାରକୁ ସାବୁନ, ତେଲ ଏବଂ ଅଳ୍ପ ମାଛ ନେଇ ବିକିବାକୁ ଗଲେ। ଯେତେବେଳେ ମୋରୀ ବଡ ହେଲା, ସେ ନଡ଼ିଆ ଖୋଳରୁ ଛୋଟ କଇଁଛ ଖୋଦେଇବାକୁ ଭଲ ପାଉଥିଲା ଏବଂ ବେକରେ ସବୁବେଳେ ପିନ୍ଧୁଥିଲା। Author: Deepa Gangwani & Tina Suchanek Illustrations: Emanuele Scanziani Music & Art Direction: Holger Jetter Translation: Cosmic Sounds Narration: Cosmic Sounds Animation: Alfrin Multimedia FREE Apps for iPads & iPhones: http://www.bookbox.com/ios FREE Apps for Android phones & tablets: http://www.bookbox.com/android Many more stories, languages & multiple subtitle options: http://www.bookbox.com #BookBox #BookBoxOdia #Learn2Read