У нас вы можете посмотреть бесплатно ramachandi re sandhya | pandit nilakantha dash | ରାମଚଣ୍ଡୀରେ ସଂଧ୍ୟା или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
କବିତା - ରାମଚଣ୍ଡୀରେ ସଂଧ୍ୟା ରଚନା - ପଣ୍ଡିତ ନୀଳକଣ୍ଠ ଦାସ ରାମଚଣ୍ଡୀରେ ସଂଧ୍ୟା ************** କି କରାଳ ଆଜି ରଜନୀ ! ବହେ ଝଞ୍ଜା ପବନ । ତରା ନ ଦିଶଇ ଗଗନେ, ଶୁଭେ ଘନ ଗର୍ଜନ । ମୂଷଳ ଧାରାରେ ଝଟିକା ଦିଏ କଚାଡି କେବେ, ଶୋଇ ପଡିଛ ତ ବାପା ହେ ଜାଣୁ ନଥିବ ଲବେ । ଆଜି ଯେ କୁଆଁର ପୁନିଅଁ କେଡେ ସୁଖ ସରଧା, ମାଆ ଭଉଣୀଙ୍କ ଆଦର ନବ ବସନ ପିନ୍ଧା । ମନେ ପଡୁନାହିଁ ବାବୁ ହେ ଲାଗି ଯାଇଛି ନିଦ, ମାଆ ଭଉଣୀ ଏ ଭବନେ ଭଜିଥିବେ ବିଷାଦ । ଲୁଗାରେ ହଳଦୀ ଲଗାଇ ଚାହିଁଥିବେ ଜନନୀ, ପିଠାପଣା ଖାଉ ନଥିବ ସୁଖେ ଆଜି ଭଗିନୀ । ପବନ ଝଙ୍କାରେ ଶୁଣୁ ସେ ଥିବ ଡାକ ତୁମ୍ଭର, ପଲକେ ପଲକେ ଚମକି ହେଉଥିବ କାତର । ଜନନୀର ଗୁରୁ ବେଦନା ଭଗିନୀର ବିଷାଦ, ସୁମରି ସପନେ ଚମକି ଭାଙ୍ଗି ଯିବଟି ନିଦ । ଶୁଅ ଶୁଅ ଧନ ଆରମେ ଶୋଇ ଥାଅରେ ଶିଶୁ, ପଥଶ୍ରମ କରି ଆସିଛ ଶ୍ରମେ ବିରାମ ମିଶୁ । ରହ ରହ ବାଆ ବତାସି ରହ ବରଷା - ଧାରା, କୁଆଁର ପୁନିଅଁ ହେଉରେ ଆଜି ରଜନୀ ସାରା । ଉଠି ଆସୁ ନୀଳ ଲହରୀ ଭେଦି ତାରକା ରାଜି, ନିଶାମଣି ଶୋହୁ ଗଗନେ ମହି ମୁକୁର ମାଜି । ପୁନିଅଁ ଜୁଆର ପୁଲକେ ଭରା ତଟିନୀ ମୁଖ, ମୃଦୁଳ - ଲହରୀ ହିଲ୍ଲୋଳେ ଚାରୁ ଚାନ୍ଦ - ମୟୁଖ । ମୁହିଁ ଦିନେ ଶିଶୁ ଥିଲଇଁ ମନେ ପଡୁଛି ମୋର, ବସି ଶିଶୁମେଳେ ଦେଖନ୍ତି ଏ ବିଭବ ରୁଚିର । ---🥰🥰🥰🥰🥰--- -------------------------------------------------------------------- CREDIT : IN THIS VIDEO, WHICH IMAGES ARE USED THEIR CREDIT GOES TO RESPECTIVE OWNERS. -------------------------------------------------------------------- #odiapoem#ramachandi#eveninginramachandi#nilakanthadas#ଓଡ଼ିଆକବିତା#sahityagara -------------------------------------------------------------------- OTHER VIDEOS : ତୁହି ମା ଜନମ ଭୂମି • Tuhi Maa Janama Bhumi | ତୁହି ମା ଜନମ ଭୂମି |... ରାମଚଣ୍ଡୀ ରେ ସନ୍ଧ୍ୟା • ramachandi re sandhya | pandit nilakantha ... ଦେଲୁ ମୋତେ ମହାଶିକ୍ଷା • delu mote maha sikhya odia poem || ଦେଲୁ ମୋ... ବଣ ଓ ବଣି • bana o bani | odia poem | ବଣ ଓ ବଣି | ଓଡିଆ ... ମିଶୁ ମୋର ଦେହ ଏ ଦେଶ ମାଟିରେ • mishu mora deha e desha matire || gopaband... ------------------------------------------------------------- Thanks for visiting and subscribe our channel, please connected with us 💝🙏